ଖୋଲୁଛି କାନପୁର ସୁଟଆଉଟର ମୁଖ୍ୟ ଅପରାଧୀ ବିକାଶ ଦୁବେର କଳା ଚିଠା । ପୋଲିସ ହାତରେ ଧରାପଡିବା ପରେ ସାମ୍ନାକୁ ଆସିଲା ଗୋଟିଏ ପରେ ଗୋଟିଏ ଅପରାଧର ତାଲିକା । ଗତ ୨୮ ବର୍ଷରେ ଅନେକ ଅପରାଧ ସହ ଜଡିତ ଥିଲା ଏହି ଦୁର୍ଦ୍ଦାନ୍ତ ଅପରାଧୀ । ସ୍କୁଲ ସମୟରେ ସ୍କୁଲର ପ୍ରିନ୍ସପାଲକୁ ହତ୍ୟା କରି, ରକ୍ତରେ ହାତକୁ ରଙ୍ଗୀନ କରିଥିଲା ଗ୍ୟାଙ୍ଗଷ୍ଟର ବିକାଶ ।
ପିଲାଟି ଦିନରୁ ଅପରାଧ ଦୁନିଆରେ ପାଦ ଦେଇଥିଲା ବିକାଶ ଦୁବେ । ଯେଉଁ ସ୍କୁଲରେ ପାଠ ପଢୁଥିଲା ସେହି ସ୍କୁଲର ପ୍ରନ୍ସପାଲକୁ ଅତି ବିଭତ୍ସ ଭାବେ ହତ୍ୟା କରିଥିଲା । ପ୍ରିନ୍ସପାଲ ପୁଅଙ୍କ କହିବା ଅନୁସାରେ, ହତ୍ୟା ସମୟରେ ତାଙ୍କ ବାପା ତାଙ୍କୁ ନମାରିବା ପାଇଁ ଅନେକ କାକୁତି ମିନତି ହୋଇଥିଲେ । କିନ୍ତୁ ଏହି କୁଖ୍ୟାତ ଅପରାଧୀ ପ୍ରିନ୍ସପାଲଙ୍କ କୌଣସି ବି କଥା ଶୁଣିନଥିଲା । ପ୍ରିନ୍ସପାଲଙ୍କୁ ମାରିବା ପରେ ରକ୍ତରେ ତା ନିଜ ହାତକୁ ରଙ୍ଗୀନ କରିଥିଲା । ସେବେଠାରୁ ଏବେ ଯାଏଁ ଅନେକ ଅପରାଧ କରିଆସିଛି । ତେବେ କାନପୁର ସୁଟଆଉଟ୍ ପରେ ଫେରାର ଥିଲା ବିକାଶ ଦୁବେ । ଆଉ ଏବେ ପୋଲିସ ହାତରେ ଲାଗିଛି ଏହି କୁଖ୍ୟାତ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ।
ଅପରାଧର କଳା ଚିଠା । ସ୍କୁଲରେ ପଢୁଥିବା ବେଳେ ପ୍ରିନ୍ସପାଲଙ୍କୁ ହତ୍ୟା କରିଥିଲା କୁଖ୍ୟାତ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ
/kanak/media/post_attachments/wp-content/uploads/2020/07/bikash.jpg)