ଗତ ସପ୍ତାହରେ ଉତ୍ତରପ୍ରଦେଶର କାନପୁରରେ ୮ ଜଣ କାର୍ଯ୍ୟରତ ପୋଲିସ୍ କର୍ମଚାରୀଙ୍କୁ ଅତି ନୃସଂସ ଭାବେ ଘେରାଉ କରି ମାରିଥିବା କୁଖ୍ୟାତ ଅପରାଧି ବିକାଶ ଦୁବେ ହେଲା ଗିରଫ । କିଛି ଦିନ ଧରି ୟୁପି ପୋଲିସ୍ ସଙ୍ଗେ ଛକାପଞ୍ଝା ଖେଳିବା ପରେ ଏବେ ଗ୍ୟାଙ୍ଗଷ୍ଟାରର ଖେଳ ଖତମ୍ । ଉଜ୍ଜେନର ମହାକାଳ ମନ୍ଦିରରେ ଦର୍ଶନ କରିବାକୁ ଯାଇଥିଲା ଗ୍ୟାଙ୍ଗଷ୍ଟାର୍ । ବିକାଶକୁ ଚିହ୍ନି ପୋଲିସକୁ ଖବର ଦେଇଥିଲା ମନ୍ଦିରର ଗାର୍ଡ଼ । ଏହାପରେ ମୋଷ୍ଟୱାଣ୍ଟେଡକୁ ଗିରଫ କରିଥିଲା ପୋଲିସ୍ । କାନପୁରର ଚୌବେପୁରରେ ୮ ଜଣ ପୋଲିସକୁ ମାରି ଫେରାର୍ ହୋଇଯାଇଥିଲା ଗ୍ୟାଙ୍ଗଷ୍ଟାର୍ । ପ୍ରଥମେ ଦିଲ୍ଲୀ-ଏନସିଆର୍ ଏବଂ ପରେ ମଧ୍ୟପ୍ରଦେଶର ଉଜ୍ଜେନରେ ଯାଇ ଲୁଚିଥିଲା କୁଖ୍ୟାତ ଅପରାଧି । ହେଲେ ଆଜି ମହାକାଳଙ୍କ ଦର୍ଶନ କରିବାକୁ ଆସି ମଧ୍ୟପ୍ରଦେଶ ପୋଲିସ ହାବୁଡ଼ରେ ପଡିଗଲା ମୋଷ୍ଟୱାଣ୍ଟେଡ୍ । ଅନ୍ୟପକ୍ଷରେ ଗୁରୁବାର ପୋଲିସ୍ ବିକାଶ ଦୁବେର ୨ ଜଣ ସାଥିଙ୍କ ଏନକାଉଣ୍ଟର କରିଥିବା ଖବର ଆସିଛି ।
ଗ୍ୟାଙ୍ଗଷ୍ଟାରର ଖେଳ ଖତମ୍ : ମହାକାଳଙ୍କ ଦର୍ଶନ କରିବାକୁ ଆସି ମଧ୍ୟପ୍ରଦେଶ ପୋଲିସ ହାବୁଡ଼ରେ ପଡିଲା ମୋଷ୍ଟୱାଣ୍ଟେଡ୍ ବିକାଶ ଦୁବେ ।
/kanak/media/post_attachments/wp-content/uploads/2020/07/15-3.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)