ସ୍ୱାଧୀକାର ଭଙ୍ଗ ନୋଟିସ ଦେବା ପଡିଲା ମହଙ୍ଗା, ଦିଲ୍ଲୀ ବିଧାନସଭାରୁ ୧ବର୍ଷ ପାଇଁ ନିଲମ୍ବିତ ହେଲେ ବିଜେପି ବିଧାୟକ ବିଜେନ୍ଦର ଗୁପ୍ତା

132

କନକ ବ୍ୟୁରୋ : ଦିଲ୍ଲୀ ବିଧାନସଭାରେ ଆଜି କିଛି ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି । ବିଜେପି ବିଧାୟକ ବିଜେନ୍ଦର ଗୁପ୍ତାଙ୍କୁ ବିଧାନସଭାର ବାଚସ୍ପତି ରାମ ନିବାସ ଗୋଏଲ ୧ବର୍ଷ ପାଇଁ ନିଲମ୍ବିତ କରିଛନ୍ତି । ଏବେ ବିଜେନ୍ଦର ଗୁପ୍ତା ଆସନ୍ତା ବର୍ଷ ବଜେଟ ଅଧିବେଶନ ପର୍ଯ୍ୟନ୍ତର ଗୃହର କୌଣସି କାର୍ଯ୍ୟରେ ଯୋଗ ଦେଇପାରିବେ ନାହିଁ ।

ସୂଚନା ମୁତାବକ ଆଜି ଗୃହକାର୍ଯ୍ୟ ଚାଲୁଥିବା ବେଳେ ବିଜେପି ବିଧାୟକ ବିଜେନ୍ଦର ଗୁପ୍ତା ବାଚସ୍ପତି ରାମ ନିବାସ ଗୋଏଲଙ୍କୁ ଏକ ସ୍ୱାଧୀକାର ଭଙ୍ଗ ନୋଟିସ ଦେଇଥିଲେ । ଏନେଇ ଆମ୍ ଆଦମୀ ପାର୍ଟିର ବିଧାୟକ ସଞ୍ଜୀବ ଝା ଅଭିଯୋଗ କରିଥିଲେ କି ଗୃହକାର୍ଯ୍ୟରେ ବାଧା ସୃଷ୍ଟି କରିବା ଉର୍ଦ୍ଦେଶ୍ୟରେ ବିଜେନ୍ଦର ଏଭଳି ନୋଟିସ ଦେିଛନ୍ତି । ଏହାପରେ ବାଚସ୍ପତି କହିଛନ୍ତି କି ବିଜେନ୍ଦର ଗୁପ୍ତା ଗୃହକାର୍ଯ୍ୟରେ ବାଧା ସୃଷ୍ଟି କରିବା ଉର୍ଦ୍ଦେଶ୍ୟରେ ଏଭଳି ନୋଟିସ ଦେଇଛନ୍ତି ।

ଏହାକୁ ନେଇ ବାଚସ୍ପତି ଓ ବିଜେନ୍ଦର ଗୁପ୍ତାଙ୍କ ମଧ୍ୟରେ ଯୁକ୍ତିତର୍କ ମଧ୍ୟ ହୋଇଥିଲା । ଏହାପରେ ବାଚସ୍ପତି ବିଜେନ୍ଦ୍ର ଗୁପ୍ତାଙ୍କୁ ଆସନ୍ତା ବଜେଟ ଅଧିବେଶନ ପର୍ଯ୍ୟନ୍ତ ଗୃହରୁ ନିଲମ୍ବିତ କରିଛନ୍ତି ।