କନକ ବ୍ୟୁରୋ : ବୁର୍ଲା ମେଡିକାଲରୁ ଡିସଚାର୍ଜ ହେବ ସମ୍ବଲପୁର ଲାରିପାଲି ବୋରୱେଲ ଭିତରୁ ଉଦ୍ଧାର ହୋଇ ଚିକିତ୍ସିତ ହେଉଥିବା ଶିଶୁ ବିଜୟିନୀ । ବିଜୟିନୀଙ୍କୁ ପ୍ରଶାସନ ନିଜ ହେପାଜତକୁ ନେବ । ୩ ମାସ ପର୍ଯ୍ୟନ୍ତ ବିଜୟିନୀ ଛଚାନପାଲିରେ ଥିବା ବାଲ ନିକେତନରେ ରହିବ । ଏନେଇ ସୂଚନା ଦେଇଛନ୍ତି ଭୀମସାର କତୃପକ୍ଷ ।
୧୧ ଦିନ ଧରି ବୁର୍ଲା ମେଡ଼ିକାଲରେ ଚିକିତ୍ସିତ ହେଉଥିବା ବିଜୟିନୀ । ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ବିଜୟିନୀଙ୍କ ଚିକିତ୍ସା କରୁଥିଲେ । ଏବେ ପିଲାଟି ସୁସ୍ଥ ଥିବାବେଳେ ତାର ସ୍ୱାସ୍ଥ୍ୟରେ ମଧ୍ୟ ଉନ୍ନତି ହୋଇଛି । ଶିଶୁର ଓଜନ ବୃଦ୍ଧି ପାଉଛି । ଡିସେମ୍ବର ୧୨ ତାରିଖରେ ପିଲାଟି ଲାରିପାଲି ଜଙ୍ଗଲରେ ଥିବା ଏକ ବୋରୱେଲ ଭିତରୁ ଉଦ୍ଧାର ହୋଇଥିଲା । ଅଗ୍ନିଶମ ବିଭାଗ ଓ ପୁଲିସ ଉଦ୍ଧାର କରିଥିଲେ ।
ବୁର୍ଲା ମେଡିକାଲରୁ ଡିସଚାର୍ଜ ହେବ ବିଜୟିନୀ । ନିଜ ହେପାଜତକୁ ନେବ ପ୍ରଶାସନ
/kanak/media/post_attachments/wp-content/uploads/2024/01/27-8.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)