ଧାର ସୁଝି ପାରିଲେନି ବୋଲି ୪୮ ଘଂଟା ହେବ ପଡ଼ି ରହିଛି ମୃତଦେହ : ଦେବଗଡ଼ ବିଜୟନଗର ଗାଁରୁ ଆସିଲା ଅଭାବନୀୟ ଦୃଶ୍ୟ

Advertisment
ଧାର ସୁଝି ପାରିଲେନି ବୋଲି ୪୮ ଘଂଟା ହେବ ପଡ଼ି ରହିଛି ମୃତଦେହ : ଦେବଗଡ଼ ବିଜୟନଗର ଗାଁରୁ ଆସିଲା ଅଭାବନୀୟ ଦୃଶ୍ୟ

କନକ ବ୍ୟୁରୋ : ମରିଗଲା ମାନବିକତା । ଗାଁ ସମାଜ ପାଣ୍ଠିରୁ ନେଇଥିବା ଟଙ୍କା ସୁଝିନପାରିବାରୁ ୪୮ ଘଂଟା ହେବ ପଡ଼ି ରହିଛି ମୃତଦେହ । ଏଭଳି ଘଟଣା ଦେଖିବାକୁ ମିଳିଛି ଦେବଗଡ଼ ବିଜୟନଗର ଗାଁରେ । ୧୯ ବର୍ଷ ତଳେ ଗାଁ ସମାଜ ପାଣ୍ଠିରୁ ୪ ଶହ ଟଙ୍କା ଧାର ନେଇଥିଲେ ସୋମା ହେମ୍ବ୍ରମ୍ । କିନ୍ତୁ ସେ ଏହି ଟଙ୍କା ପରିଶୋଧ କରିନଥିଲେ ।

ସୋମବାର ରାତିରେ ତାଙ୍କର କିଡ୍ନୀ ରୋଗରେ ମୃତ୍ୟୁ ହୋଇଥିଲା । ହେଲେ ଶବ ସତ୍କାର ପାଇଁ ସୁଧ ମୂଳ ସହ ୧୨ ହଜାର ଟଙ୍କା ଓ ଜୋରିମାନ ୨୫ ହଜାର ଟଙ୍କା ପଇଠ ନକଲେ ଶବ ସତ୍କାର କରାଯିବ ନାହିଁ ବୋଲି ଫତୁଆ ଜାରି ହୋଇଛି । ଫଳରେ ସାମବାରଠାରୁ ମୃତଦେହ ପଡ଼ି ରହିଛି । ସ୍ୱାମୀଙ୍କ ମୃତଦେହ ପଡ଼ି ରହିଥିବାରୁ ସ୍ତ୍ରୀ ଅର୍ଥ ଯୋଗାଡ ପାଇଁ ଏଣେତେଣେ ବୁଲୁଥିବା ଜଣାପଡ଼ିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe