କନକ ବ୍ୟୁରୋ : ମରିଗଲା ମାନବିକତା । ଗାଁ ସମାଜ ପାଣ୍ଠିରୁ ନେଇଥିବା ଟଙ୍କା ସୁଝିନପାରିବାରୁ ୪୮ ଘଂଟା ହେବ ପଡ଼ି ରହିଛି ମୃତଦେହ । ଏଭଳି ଘଟଣା ଦେଖିବାକୁ ମିଳିଛି ଦେବଗଡ଼ ବିଜୟନଗର ଗାଁରେ । ୧୯ ବର୍ଷ ତଳେ ଗାଁ ସମାଜ ପାଣ୍ଠିରୁ ୪ ଶହ ଟଙ୍କା ଧାର ନେଇଥିଲେ ସୋମା ହେମ୍ବ୍ରମ୍ । କିନ୍ତୁ ସେ ଏହି ଟଙ୍କା ପରିଶୋଧ କରିନଥିଲେ ।
ସୋମବାର ରାତିରେ ତାଙ୍କର କିଡ୍ନୀ ରୋଗରେ ମୃତ୍ୟୁ ହୋଇଥିଲା । ହେଲେ ଶବ ସତ୍କାର ପାଇଁ ସୁଧ ମୂଳ ସହ ୧୨ ହଜାର ଟଙ୍କା ଓ ଜୋରିମାନ ୨୫ ହଜାର ଟଙ୍କା ପଇଠ ନକଲେ ଶବ ସତ୍କାର କରାଯିବ ନାହିଁ ବୋଲି ଫତୁଆ ଜାରି ହୋଇଛି । ଫଳରେ ସାମବାରଠାରୁ ମୃତଦେହ ପଡ଼ି ରହିଛି । ସ୍ୱାମୀଙ୍କ ମୃତଦେହ ପଡ଼ି ରହିଥିବାରୁ ସ୍ତ୍ରୀ ଅର୍ଥ ଯୋଗାଡ ପାଇଁ ଏଣେତେଣେ ବୁଲୁଥିବା ଜଣାପଡ଼ିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/15-11.jpg)