ଅତନୁ ସବ୍ୟସାଚୀଙ୍କୁ ଘେରିଗଲେ ବିଜୟ ଶଙ୍କରଙ୍କ ଲୋକ । ଜଗତସିଂହପୁର ତିର୍ତୋଲ ନିର୍ବାଚନ ମଣ୍ଡଳୀ ଯାଇ ହଟହଟା ହେଲେ ମନ୍ତ୍ରୀ

253

କନକ ବ୍ୟୁରୋ : ମନ୍ତ୍ରୀ ଅତନୁ ସବ୍ୟସାଚ୍ଚୀ ନାୟକଙ୍କୁ ଘେରିଲେ ବିଧାୟକ ବିଜୟ ଶଙ୍କରଙ୍କ ଲୋକ । ଜଗତସିଂହପୁର ଆସି ହଟ୍ଟହଟା ହେଲେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ । ମନ୍ତ୍ରୀଙ୍କ ଗାଡି ଅଟକାଇ ତାଙ୍କୁ ଘେରିଯାଇଥିଲେ ବିଜେଡି କର୍ମୀ । ସ୍ଥାନୀୟ ତିର୍ତୋଲ ବିଧାୟକ ବିଜୟ ଶଙ୍କରଙ୍କୁ ଗସ୍ତ ସଂପର୍କରେ କାହିଁକି ଅବଗତ କରାଯାଇନାହିଁ, ସେନେଇ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ । ଏଭଳି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଯାହା ଜିଲ୍ଲାରେ ବିଜେଡି ଗୋଷ୍ଠୀ କନ୍ଦଳକୁ ପଦାରେ ପକାଇଛି ।
ଗତକାଲି ମନ୍ତ୍ରୀ ତିର୍ତୋଲ ନିର୍ବାଚନୀ ମଣ୍ଡଳି ଅଧିନରେ ଥିବା ଗନେଇଲ ହାଇସ୍କୁଲ ପରିଦର୍ଶନରେ ଆସିଥିଲେ । ସେଠାରୁ ଫେରିବା ବେଳେ ଏପରି ପରିସ୍ଥିତି ସୃଷ୍ଟି ହୋଇଥିଲା । ମନ୍ତ୍ରୀଙ୍କ ଗାଡି ଅଟକାଇ ପ୍ରଶ୍ନ କରିଥିଲେ ସ୍ଥାନୀୟ ବିଜେଡି କର୍ମୀ ।