କନକ ବ୍ୟୁରୋ: ୬ ବର୍ଷର ପୁଅକୁ ଛାଡି କୁଆଡେ ଗଲେ ସୀତା : ସ୍ତ୍ରୀକୁ ଖୋଜି ଆଣିବାକୁ ସ୍ୱାମୀର ନିବେଦନ, ମା ର ଫୋଟୋ ଧରି ବିଲିବିଳେଇ ହେଉଛି ପୁଅ , ଯୁଗ ବଦଳୁଛି, ଏହାସହ ସମ୍ପର୍କର ସଜ୍ଞା ବି ବଦଳିବାରେ ଲାଗିଛି । ଏଠି ମା’ ଛୁଆକୁ ଛାଡି ଆଉ କାହା ସହ ଫେରାର ହେଉଛି ତ ପୁଣି କୋଉଠି ସ୍ତ୍ରୀ ଥାଉ ଥାଉ ସ୍ବାମୀ ପର ସ୍ତ୍ରୀ ମୋହର ପଡି ନିଜ ଘର ଭାଙ୍ଗୁଛି । ଆଜି ସେମିତି ଏକ ଘଟଣାକୁ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଅଂଚଳରେ । ଅଗ୍ନୀକୁ ଶାଖୀ ରଖି ସାତ ଜନ୍ମ କୁ ସାଥୀ ହୋଇରହିବା କଥାକୁ ସ୍ତ୍ରୀ ଭୂଲ ପ୍ରମାଣିତ କରିଛି । ସ୍ବାମୀ ଓ ୬ବର୍ଷର ଛୁଆକୁ ଛାଡି ଘରେ ଥିବା ୫୦ ହାଜର ଟଙ୍କା ଓ ସୁନା ଅଳଙ୍କାର ନେଇ କେଉଁ ଆଡେ ଫେରାର ହୋଇଯାଇଛି । ସେପଟେ ପୁଅକୁ ଧରି ଥାନାର ଦ୍ୱାରସ୍ଥ ହୋଇଛନ୍ତି ସ୍ୱାମୀ । ଆଉ କହିଛନ୍ତି ସ୍ତ୍ରୀ କୁ ଶୀଘ୍ର ଖୋଜି ଅଣାଯାଉ ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଶ୍ରୀରାମପୁର ଗାଁରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ।

Advertisment

ଖବର ଅନୁଯାୟୀ, ବୋଲଗଡ ଥାନା ଅନ୍ତର୍ଗତ ଶ୍ରୀରାମପୁର ନୂଆସାହି ଗ୍ରାମର ବିଜୟ ସେଠୀ ଛଅ ବର୍ଷ ତଳେ ପତ୍ନୀ ସୀତା ସେଠୀଙ୍କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ । ତାଙ୍କର ଏକ ପୁତ୍ର ସନ୍ତାନ ମଧ୍ୟ ଜନ୍ମ ହେଇଥିଲା । ଦୀର୍ଘ ୬ବର୍ଷ ସେମାନେ ହସ ଖୁସିରେ ବିତେଇବା ପରେ ଗତ ୭ଅଗଷ୍ଟ ରେ ଘର ତାଲା ପକାଇ ଚାବିକୁ ଦୁଆର ମୁହଁରେ ଥୋଇ କୁଆଡେ ପଳାଇ ଯାଇଛି । ତାପରେ ବିଜୟ ଘର ଖୋଲି ଦେଖିଲା ବେଳକୁ ତାଙ୍କର ଗଡରେଜ ଖୋଲା ରହିବା ସହ ୫୦ହଜାର ଟଙ୍କା ଓ ସୁନା ଅଳଙ୍କାର କିଛି ନାହିଁ । ଯାହାକୁ ନେଇ ବିଜୟ ବୋଲଗଡ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଏକମାସରୁ ଉଦ୍ଧ୍ବ ସମୟ ଅଭିଯୋଗ ପରେ ବି ପୋଲିସ ବିଜୟଙ୍କ ସ୍ତ୍ରୀ କୁ ଖୋଜି ଆଣିବାରେ ବିଫଳ ହୋଇଛି ଯାହାକୁ ନେଇ ୬ ବର୍ଷର ଛୋଟ ପୁଅଟି ମାଆକୁ ଝୁଳୁଥିବା ବିଜୟ କହିଛନ୍ତି । ତୁରନ୍ତ ପୋଲିସ ତାଙ୍କ ସ୍ତ୍ରୀକୁ ଖୋଜି ଆଣିବାକୁ ନିବେଦନ କରିଛନ୍ତି । ସେପଟେ ଘଟଣା ସମ୍ପର୍କରେ ବୋଲଗଡ଼ ଥାନା ଅଧିକାରୀ ଜ୍ୟୋତି ପ୍ରକାଶ ପଣ୍ଡା କହିଛନ୍ତି ଘଟଣାକୁ ଗୁରୁତର ଭାବେ ନେଇ ଆମେ ତଦନ୍ତ ଚଳାଇଛୁ ଏବଂ ଖୁବଶୀଘ୍ର ଏହି ଘଟଣା ଉପରୁ ପରଦା ହଟିବ ।