ଖରାପ ପ୍ରଦର୍ଶନ ପାଇଁ ବିଶ୍ୱକପରୁ ବିଦା ହେଲେ ବିଜୟ ଶଙ୍କର ! ମୟଙ୍କ ଅଗ୍ରୱାଲଙ୍କୁ ମିଳିପାରେ ସୁଯୋଗ ?

928

କନକ ବ୍ୟୁରୋ: ଟିମ୍ ଇଣ୍ଡିଆକୁ ପୁଣି ଏକ ଜବରଦସ୍ତ ଝଟକା । ବିଶ୍ୱକପରୁ ବାଦ ପଡିଲେ ଆଉ ଜଣେ ଖେଳାଳି । ବିଶ୍ୱକପରୁ ବାଦ ପଡିଲେ ଅଲରାଉଣ୍ଡର ବିଜୟ ଶଙ୍କର । ଆହତ କାରଣରୁ ବିଶ୍ୱକପରୁ ବିଦା ହେଲେ ବିଜୟ । ଆଙ୍ଗୁଠିରେ ଗଭୀର ଆହତ କାରଣରୁ ତାଙ୍କୁ ବିଶ୍ୱକପ କ୍ରିକେଟରୁ ବାଦ ଦିଆଯାଇଛି ।

ତେବେ ବିଜୟଙ୍କ ବିଦା ପଛରେ ତାଙ୍କ ଖରାପ ପ୍ରଦର୍ଶନ ହିଁ ମୁଖ୍ୟ କାରଣ ବୋଲି ଚର୍ଚ୍ଚା ହେଉଛି । ପଡିଆରେ ତାଙ୍କ ପ୍ରଦର୍ଶନକୁ ନେଇ ଅନେକ ପ୍ରଶ୍ନ ଉଠୁଥିଲା । ତାଙ୍କ ଖେଳ ସନ୍ତୋଷଜନକ ହେଉନଥିବାରୁ କ୍ରିକେଟପ୍ରେମୀ ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ତେବେ ବିଶ୍ୱକପରେ ଭଲ ପ୍ରଦର୍ଶନ କରି ନଥିବାରୁ ତାଙ୍କୁ ବାଦ ଦେଇଛନ୍ତି କ୍ୟାପଟେନ ବିରାଟ ।

ନେଟ ପ୍ରାକ୍ଟିସ ବେଳେ ବୁମରାଙ୍କ ବଲରେ ଆଘାତ ହୋଇଥିଲେ ବିଜୟ । ଗତକାଲି ଆଜବେଷ୍ଟନରେ ଖେଳା ଯାଇଥିବା ଇଂଲଣ୍ଡ ବିପକ୍ଷ ମ୍ୟାଚରେ ବିଜୟଙ୍କୁ ସ୍ଥାନ ଦିଆ ଯାଇନଥିଲା । ବିଜୟଙ୍କ ସ୍ଥାନରେ ଋଷଭ ପନ୍ଥଙ୍କୁ ସାମିଲ କରାଯାଇଥିଲା । ତେବେ ଆଜି ବିଶ୍ୱକପରୁ ବିଜୟ ବିଦା ହେବା ପରେ ତାଙ୍କ ସ୍ଥାନରେ ମୟଙ୍କ ଅଗ୍ରୱାଲଙ୍କୁ ସାମିଲ କରା ଯାଇପାରେ ।