ଗୁଜୁରାଟ ମୁଖ୍ୟମନ୍ତ୍ରୀଙ୍କ ବିବାଦୀୟ ବୟାନ ! କହିଲେ, ୨୦୧୯ରେ କଂଗ୍ରେସ ନିର୍ବାଚନ ଜିତିଲେ ପାକିସ୍ତାନରେ ପାଳନ ହେବ ଦୀପାବଳି

ଗୁଜୁରାଟ ମୁଖ୍ୟମନ୍ତ୍ରୀଙ୍କ ବିବାଦୀୟ ବୟାନ ! କହିଲେ, ୨୦୧୯ରେ କଂଗ୍ରେସ ନିର୍ବାଚନ ଜିତିଲେ ପାକିସ୍ତାନରେ ପାଳନ ହେବ ଦୀପାବଳି
କନକ ବ୍ୟୁରୋ : ୨୦୧୯ ସାଧାରଣ ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି ରାଜନୀତି ମଧ୍ୟ ଜୋର ହେଉଛି । ନିର୍ବାଚନ ଜିତିବା ପାଇଁ ଅନେକ ନେତା ବିଭିନ୍ନ ପ୍ରକାର ବୟାନବାଜି ଦେଉଛନ୍ତି । ତେବେ ମିଳିଥିବା ସୂଚନା ଅନୁସାରେ, ଗୁଜୁରାଟର ମୁଖ୍ୟମନ୍ତ୍ରୀଙ୍କ ବିବାଦୀୟ ଏକ ବିବାଦୀୟ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ଆସନ୍ତା ନିର୍ବାଚନରେ ଯଦି ଦେଶରେ କଂଗ୍ରେସ ବିଜୟ ହୁଏ ତେବେ ଶତ୍ରୁରାଷ୍ଟ୍ର ପାକିସ୍ତାନରେ ଦୀପାବଳି ପାଳନ କରାଯିବ ।
publive-imageଗୁଜୁରାଟର ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ଭାରତୀୟ ଜନତା ପାର୍ଟି ପକ୍ଷରୁ ଅନୁଷ୍ଠିତ ବିଜୟ ସଂକଳ୍ପ ରାଲିରେ ଯୋଗ ଦେଇ କହିଛନ୍ତି ଯେ ଲୋକସଭା ନିର୍ବାଚନରେ ଯଦି କଂଗ୍ରେସ ଜିତିବ,ତେବେ ପାକିସ୍ତାନରେ ଦୀପାବଳି ମନାଯିବ। ସେ କହିଛନ୍ତି ମଇ ୨୩ ତାରିଖରେ ଲୋକସଭା ନିର୍ବାଚନ ଫଳାଫଳ ଘୋଷିତ ହେବ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଥରେ କ୍ଷମତାକୁ ଫେରିବେ। ଏହାପରେ ପାକିସ୍ତାନ ପୁଣି ଶୋକସାଗରରେ ଡୁବିଯିବ।
publive-imageବିଜୟ ରୂପାଣୀ ଆହୁରି ମଧ୍ୟ କହିଛନ୍ତି ଯେ ସାରା ବିଶ୍ୱ ଜାଣିସାରିଲାଣି ଯେ ପାକିସ୍ତାନ ଆତଙ୍କବାଦୀମାନଙ୍କୁ ଶରଣ ଦେଇଛି। ଏପରିକି ରାହୁଲ ଗାନ୍ଧୀଙ୍କ ଶିକ୍ଷକ ସାମ୍ ପିଟ୍ରୋଡା କହିଛନ୍ତି ଯେ ପାଞ୍ଚ-ସାତ ଜଣ ଯୁବକଙ୍କ ପାଇଁ ପୁଲଓ୍ଵାମା ଆକ୍ରମଣ ପାଇଁ ପାକିସ୍ତାନକୁ ଦୋଷୀ ସାବ୍ୟସ୍ତ କରିବା ଠିକ୍ ନୁହେଁ। ବିଜୟ ରୂପାଣୀ ଆହୁରି ମଧ୍ୟ କହିଛନ୍ତି ବିରୋଧୀ ଦଳ ନେତାମାନେ ସେନାର ଅପମାନ କରୁଛନ୍ତି। ଏଣୁ ସେମାନଙ୍କୁ ସମର୍ଥନ କରିବା ଉଚିତ ନୁହେଁ। ସେ ଆଶା ପ୍ରକାଶ କରିଛନ୍ତି ଯେ ପୁଣି ଏନଡିଏ କ୍ଷମତାକୁ ଫେରିବ ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe