କନକ ବ୍ୟୁରୋ : ଲୋକପ୍ରିୟ କନ୍ନଡ ଅଭିନେତା ବିଜୟ ରାଘବେନ୍ଦ୍ରଙ୍କ ପତ୍ନୀଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ଚକିତ କରିଛି । ଏହି ଖବର ପୂରା ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି । ବିଜୟଙ୍କ ପତ୍ନୀ ସ୍ପନ୍ଦନାଙ୍କ ମୃତ୍ୟୁ ହୃଦଘାତ କାରଣରୁ ହୋଇଛି । ଛୁଟି କଟାଇବାକୁ ବ୍ୟାଙ୍କକ ଯାଇଥିବା ବେଳେ ସ୍ପନ୍ଦନାଙ୍କ ମୃତ୍ୟୁ ହୋଇଛି ।

Advertisment

ନିଜର ୧୬ ତମ ବିବାହ ବାର୍ଷିକୀ ପାଳନ କରିବାକୁ ସ୍ୱାମୀଙ୍କ ସହ ବ୍ୟାଙ୍କକ ଯାଇଥିଲେ ସ୍ପନ୍ଦନା । ପୂରା ପରିବାର ସହ ଛୁଟି କାଟିବାକୁ ବ୍ୟାଙ୍କକ ଯାଇଥିଲେ । କିନ୍ତୁ ହଠାତ୍ ତାଙ୍କର ଛାତିରେ ଯନ୍ତ୍ରଣା ହୋଇଥିଲା । ପରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ହିଁ ସ୍ପନ୍ଦନା ଶେଷ ନିଶ୍ୱାସ ତ୍ୟାଗ କରି ସାରିଥିଲେ । ପରେ ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ସ୍ପନ୍ଦନାଙ୍କ ମୃତ୍ୟୁ ଖବର ପୂରା ପରିବାର ସମେତ କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳାଇ ଦେଇଛି । ସ୍ପନ୍ଦନାଙ୍କ ଅନ୍ତିମ ସଂସ୍କାର ଆସନ୍ତା ୮ ଅଗଷ୍ଟରେ କରାଯିବ । ତାଙ୍କର ମରଶରୀର ବ୍ୟାଙ୍କକରୁ ବେଙ୍ଗାଲୁର ଅଣାଯିବ । ଏହାପରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ପରିବାର ପକ୍ଷରୁ ସୂଚନା ମିଳିଛି ।