କନକବ୍ୟୁରୋ: ରତ୍ନଭଣ୍ଡାରକୁ ନେଇ ବିଜୟ ମହାପାତ୍ରଙ୍କ ବୟାନ ରଖିବା ପରେ ବିଜେପି ର ପ୍ରତିକ୍ରିୟା । ବରିଷ୍ଠ ରାଜନେତା ବିଜୟ ମହାପାତ୍ର ମାସକର ସରକାରକୁ ସମାଲୋଚନା କରିବା ଦୁର୍ଭାଗ୍ୟ ଜନକ। ବିଜେପି ସରକାର ବାଟବଣା ହୋଇନି ନିଜେ ବିଜୟ ମହାପାତ୍ର ନିଜେ ବାଟବଣା ହୋଇଯାଇଛନ୍ତି। ୨୦୦୦ ମସିହାରୁ ଆଜି ଯାଏ ରାଜ୍ୟ ରାଜନୀତିରେ ସେ ବାଟବଣା। ବିଜେଡିକୁ ବିରୋଧ କରୁଥିବା ବିଜୟ ମହାପାତ୍ର ଆଜି ପୁଅ ସ୍ୱାର୍ଥ ପାଇଁ ସ୍ୱର ବଦଳାଇଦେଇଛନ୍ତି। ପ୍ରଥମ ଦିନରୁ ହିଁ ବିଜେପି ସରକାର ରତ୍ନଭଣ୍ଡାର ପ୍ରସଙ୍ଗରେ ବେଶ ଯତ୍ନବାନ ଅଛି।

Advertisment

ସବୁ ପ୍ରକ୍ରିୟା ସରିଛି ୧୪ ତାରିଖକୁ ଅପେକ୍ଷା। ମୁଖ୍ୟ ହେଉଛି ରତ୍ନଭଣ୍ଡାର ସୁରକ୍ଷା ଯାଞ୍ଚ ଓ ରତ୍ନର ସୁରକ୍ଷା ଯାଞ୍ଚ କରାଯିବ। ଚାବିରେ ଭଣ୍ଡାର ଖୋଲୁ କି ନାହିଁ ନହେଲେ ଭଙ୍ଗା ହୋଇ ରତ୍ନଭଣ୍ଡାର ଖୋଲାଯିବ। ଯାହା ବିଜେପି କହିଛି ତାହା କରିବ। କୌଣସି ଦ୍ୱନ୍ଦ ନାହିଁ ବିଜୟ ବାବୁ ଦ୍ଵନ୍ଦ ସୃଷ୍ଟି କରୁଛନ୍ତି।