ଟ୍ୱିଟରେ ଝଡ ସୃଷ୍ଟି କଲେ ମାଲ୍ୟା ! କହିଲେ, କିଙ୍ଗଫିସରକୁ ବଂଚାଇବା ପାଇଁ କାହିଁକି ଆଗେଇ ଆସିଲେନି ବ୍ୟାଙ୍କ, ମୋଦି ସରକାରଙ୍କୁ କଲେ ଟାର୍ଗେଟ୍ । 

321

କନକ ବ୍ୟୁରୋ : ଜେଟ ଏୟାରୱେଜକୁ ପିଏସୟୁ ବ୍ୟାଙ୍କ ଗୁଡିକର ବେଲ ଆଉଟ ପ୍ୟାକେଜ ପରେ ବିଜୟ ମାଲ୍ୟା ଟୁଇଟ କରିଛନ୍ତି । ଟ୍ୱିଟ କରି ସେ ଲେଖିଛନ୍ତି ଯେ, କିଙ୍ଗଫିସରକୁ ବଂଚାଇବା ପାଇଁ କାହିଁକି ଆଗେଇ ଆସିଲେନି ବ୍ୟାଙ୍କ । ଏବଂ ସେ କର୍ଣ୍ଣାଟକ ହାଇକୋର୍ଟରେ ଜମା କରିଥିବା ଅସ୍ଥାବର ସମ୍ପତି ନେଇ ଜେଟ ଏୟାରୱେଜକୁ ବଂଚାଇ ଦିଆଯାଉ । ଏହାସହ ଏନଡିଏ ସରକାର ଦୋମୁହା ନୀତି ଆପଣାଉଥିବା  ଅଭିଯୋଗ କରିଛନ୍ତି ବିଜୟ ମାଲ୍ୟା ।

ବିଜୟ ମାଲ୍ୟାଙ୍କ ଅଫର । ଟ୍ୱିଟ କରି ଜେଟ୍ ଏୟାରୱେଜ ପାଇଁ ସହଯୋଗର ହାତ ବଢ଼ାଇଲେ ମାଲ୍ୟା । ଜେଟ ଏୟାରୱେଜର ଅଧ୍ୟକ୍ଷ ପଦରୁ ନରେଶ ଗୋୟଳ ଇସ୍ତଫା ଦେବା ପରେ ଟ୍ୱିଟ କରି ମାଲ୍ୟା ଲେଖିଛନ୍ତି ଯେ, ମୋ ଟଙ୍କା ନେଇଯାଆନ୍ତୁ ହେଲେ ଜେଟ୍ ଏୟାରୱେଜକୁ ବଂଚାଇ ଦିଅନ୍ତୁ । ବ୍ୟାଙ୍କରୁ ଋଣ ସୁଝିବା ପାଇଁ କର୍ଣ୍ଣାଟକ ଉଚ୍ଚତମ ନ୍ୟାୟଳୟ ସାମ୍ନାରେ ସମସ୍ତ ଅସ୍ଥାବର ସମ୍ପତି ରଖିଛି । ହେଲେ ବ୍ୟାଙ୍କ କ’ଣ ପାଇଁ ତାଙ୍କ ଟଙ୍କା ନେଉନାହିଁ । ଅନ୍ତତଃ ଏହି ଟଙ୍କାରେ ଜେଟ୍ ଏୟାରୱେଜ ବଂଚିଯିବ ।

ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଜେଟ ଏୟାରୱେଜକୁ ବଂଚାଇବା ପାଇଁ ରାଷ୍ଟ୍ରାୟତ ବ୍ୟାଙ୍କ ୧୫ ଶହ କୋଟି ନିବେଶ କରି ସହଯୋଗର ହାତ ବଢ଼ାଇଛନ୍ତି । ଏହା ସହ ବିଜୟ ଅନ୍ୟ ଏକ ଟ୍ୱିଟରେ ଲେଖିଛନ୍ତି ଯେ, ମୁଁ ଜାଣି ଖୁସି ହେଲି କି ରାଷ୍ଟ୍ରାୟତ ବ୍ୟାଙ୍କଗୁଡ଼ିକ ଜେଟ ଏୟାରୱେଜକୁ ଉଦ୍ଧାର କରି ନିଯୁକ୍ତି, ଯୋଗାଯୋଗ ଏବଂ ଉଦ୍ୟୋଗ ବଂଚାଇ ଦେଇଛନ୍ତି । ଯଦି କିଙ୍ଗଫିସର ପାଇଁ କେହି ଏପରି ଚେଷ୍ଟା କରିଥାନ୍ତେ ତାହାହେଲେ ମୁଁ ଖୁସି ହୋଇଥାନ୍ତି ।

ଏପରିକି ଟ୍ୱିଟରେ ବିଜୟ ମାଲ୍ୟା, ମୋଦି ସରକାରଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି । ମାଲ୍ୟା ଲେଖିଛନ୍ତି ଯେ,  କିଙ୍ଗଫିସରରେ ୪ ହଜାର କୋଟି ଟଙ୍କା ନିବେଶ କରି କମ୍ପାନୀ ଏବଂ କର୍ମଚାରୀଙ୍କୁ ବଂଚାଇଥିଲି ହେଲେ ମୋତେ କିଛି ପରିଚୟ ମିଳିଲାନି, ବରଂ ହଇରାଣ କରାଗଲା । ଭାରତର ପ୍ରମୁଖ ବିମାନ ସେବା, ଶ୍ରେଷ୍ଠ କର୍ମଚାରୀ ଏବଂ ଯୋଗାଯୋଗକୁ ସେହି ରାଷ୍ଟ୍ରାୟତ ବ୍ୟାଙ୍କ ମାନେ ସାହାଯ୍ୟ କରିନାହାନ୍ତି । ଏନଡିଏ ସରକାର ଦୋମୁହାଁ ନୀତି ଆପଣାଉଛି । ବିଜୟ ମାଲ୍ୟା ସିରିଜ ଟ୍ୱିଟ କରି ସହାୟତାର ହାତ ବଢାଇଥିବା ବେଳେ ଅପରପକ୍ଷରେ କେନ୍ଦ୍ର ସରକାରଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି ।