ଗିରଫ ପରେ ବିଜୟ ମାଲ୍ୟାଙ୍କୁ ମିଳିଲା ଜାମିନ !

39

କନକ ବ୍ୟୁରୋ : ଗିରଫଦାରି ପରେ ଜାମିନ୍ ମିଳିଲା ବିଜୟ ମାଲ୍ୟାଙ୍କୁ । ଲଣ୍ଡନରେ ପ୍ରବର୍ତନ ନିର୍ଦ୍ଦେଶାଳୟ ମାଲ୍ୟାଙ୍କୁ ମନି ଲଣ୍ଡରିଙ୍ଗ୍ ମାମଲାରେ ଆଜି ଗିରଫ କରିଥିଲା । ତେବେ ଗିରଫର ମାତ୍ର ୧ଘଂଟା ମଧ୍ୟରେ ଜାମିନ୍ ପାଇଛନ୍ତି ମାଲ୍ୟା  । ବର୍ଷକ ମଧ୍ୟରେ ଦୁଇଥର ଗିରଫଦାରୀ ପରେ ଦୁଇଥର ବେଲ ମିଳିଛି ମାଲ୍ୟାଙ୍କୁ ।

ମାଲ୍ୟା ପାଖାପାଖି ୧୭ଟି ବ୍ୟାଙ୍କରୁ ନେଇଛନ୍ତି ୯ ହଜାର କୋଟି ଟଙ୍କାର ଋଣ । ପୂର୍ବରୁ ଏପ୍ରିଲ ମାସରେ ଗିରଫ ହୋଇଥିଲେ ମାଲ୍ୟା । ତେବେ ଲଣ୍ଡନର ୱେଷ୍ଟମିନିଷ୍ଟର୍ କୋର୍ଟରୁ ଜାମିନ ପାଇବାରେ ସଫଳ ହୋଇଥିଲେ ମାଲ୍ୟା । ଲଣ୍ଡନରେ ଭାରତ ପକ୍ଷରୁ ସିବିଆଇ ଓ ଇଡ଼ି ତାଙ୍କର ଋଣ ପରିଶୋଧ ନ କରିବା ମାମଲାର ନ୍ୟାୟିକ ରୂପରେଖ ପ୍ରସ୍ତୁତ କରୁଥିବା ବେଳେ ବର୍ଷକ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଗିରଫ ହୋଇଥିଲେ ମାଲ୍ୟା  ।