କନକ ବ୍ୟୁରୋ: ବିଜୟ ମାଲ୍ୟା, ନୀରବ ମୋଦୀ ଏବଂ ମେହୁଲ ଚୋକସିଙ୍କ କଳା କାରନାମା କାହାକୁ ଅଛପା ନାହିଁ । ବ୍ୟାଙ୍କକୁ ଚୂନା ଲଗାଇ ହଜାର ହଜାର କୋଟି ଲୁଟି ବିଦେଶରେ କରୁଛନ୍ତି ମଉଜ । ବିଳମ୍ବରେ ହେଉ ପଛେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପଞ୍ଝାରୁ ମୁକୁଳି ପାରି ନାହାଁନ୍ତି ଏହି ମହାଠକ । ଏହି ୩ ମହାଠକଙ୍କ ୧୮ ହଜାର କୋଟି ଟଙ୍କା ଜବତ କରିଛି ଇଡି । ଏଥିରୁ ୯୩୭୧ କୋଟି ଟଙ୍କା ବ୍ୟାଙ୍କକୁ ଫେରାଇଛି ଇଡି ।
ସିବିଆଇର ଏତଲା ଅନୁସାରେ ଇଡି ତଦନ୍ତ ଆରମ୍ଭ କଲା । ଦେଶ ବିଦେଶରେ ଏହି ମହାଠକଙ୍କ ସମ୍ପତି କେଉଁଠି ରହିଛି ତାର ଖୋଳତାଡ କଲା ପ୍ରବର୍ତନ ନିର୍ଦ୍ଦେଶାଳୟ । ତଦନ୍ତରୁ ଜଣାପଡିଲା ଯେ, ଏହି ମହାଠକ ନିଜ ସମ୍ପର୍କୀୟଙ୍କ କମ୍ପାନୀ ଓ ଟ୍ରଷ୍ଟ ଜରିଆରେ ଲୁଟି ଚାଲିଥିଲେ ।
ୱେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ୍ କୋର୍ଟ ନୀରବ ମୋଦୀଙ୍କୁ ପ୍ରତ୍ୟାର୍ପଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଧରାପଡ଼ିବା ପରେ ନୀରବ ମୋଦୀ ଗତ ଦୁଇବର୍ଷ ହେଲା ଲଣ୍ଡନ ଜେଲରେ ଅଛି । ସେହିପରି ବିଜୟ ମାଲ୍ୟା ଓ ନୀରବ ମୋଦୀ ଉଭୟଙ୍କୁ ଆର୍ଥିକ ପଳାତକ ଘୋଷଣା କରାଯାଇଛି । ସେହିପରି ନିକଟରେ ମେହୁଲ ଚୋକସି ଡୋମିନିକାରେ ଧରାପଡି ଜେଲ୍ରେ ବନ୍ଦୀ ଅଛି ।
Follow Us