ମହା ଠକଙ୍କ ଠାରୁ ଫେରୁଛି ଟଙ୍କା । ବିଜୟ ମାଲ୍ୟା, ନୀରବ ମୋଦୀ  ଏବଂ ମେହୁଲ ଚୋକସିଙ୍କ ସମ୍ପତି ବ୍ୟାଜାପ୍ତିରୁ ମିଳିଥିବା ଟଙ୍କା ବ୍ୟାଙ୍କକୁ ହସ୍ତାନ୍ତର ।

205

କନକ ବ୍ୟୁରୋ: ବିଜୟ ମାଲ୍ୟା, ନୀରବ ମୋଦୀ  ଏବଂ ମେହୁଲ ଚୋକସିଙ୍କ କଳା କାରନାମା କାହାକୁ ଅଛପା  ନାହିଁ । ବ୍ୟାଙ୍କକୁ ଚୂନା ଲଗାଇ ହଜାର ହଜାର କୋଟି ଲୁଟି ବିଦେଶରେ କରୁଛନ୍ତି ମଉଜ  ।  ବିଳମ୍ବରେ ହେଉ  ପଛେ  ପ୍ରବର୍ତ୍ତନ  ନିର୍ଦ୍ଦେଶାଳୟ  ପଞ୍ଝାରୁ ମୁକୁଳି  ପାରି ନାହାଁନ୍ତି ଏହି ମହାଠକ  ।  ଏହି  ୩  ମହାଠକଙ୍କ ୧୮  ହଜାର କୋଟି ଟଙ୍କା ଜବତ କରିଛି ଇଡି  ।  ଏଥିରୁ ୯୩୭୧  କୋଟି ଟଙ୍କା ବ୍ୟାଙ୍କକୁ ଫେରାଇଛି ଇଡି  ।

ସିବିଆଇର ଏତଲା  ଅନୁସାରେ ଇଡି  ତଦନ୍ତ  ଆରମ୍ଭ  କଲା  ।  ଦେଶ  ବିଦେଶରେ ଏହି ମହାଠକଙ୍କ ସମ୍ପତି କେଉଁଠି ରହିଛି ତାର ଖୋଳତାଡ କଲା  ପ୍ରବର୍ତନ  ନିର୍ଦ୍ଦେଶାଳୟ  ।  ତଦନ୍ତରୁ ଜଣାପଡିଲା  ଯେ,  ଏହି ମହାଠକ  ନିଜ ସମ୍ପର୍କୀୟଙ୍କ କମ୍ପାନୀ  ଓ  ଟ୍ରଷ୍ଟ ଜରିଆରେ ଲୁଟି ଚାଲିଥିଲେ ।

ପ୍ରିଭେନସନ୍  ଅଫ୍  ମନିଲଣ୍ଡରିଂ ଆଧାରରେ  ତଦନ୍ତ  ପରେ ଏହି ତିନି  ଅଭିଯୁକ୍ତଙ୍କ ବିରୋଧରେ ମାମଲା  ଦାଖଲ ହୋଇଥିଲା  । ବିଦେଶରେ ଲୁଚିଥିବା ଏହି ତିନି ଜଣଙ୍କ  ପ୍ରତ୍ୟାର୍ପଣ  ପାଇଁ ଚେଷ୍ଟା ଚଳାଇଛି କେନ୍ଦ୍ରୀୟ ତଦନ୍ତକାରୀୀ ସଂସ୍ଥା  । ଏନେଇ ବ୍ରିଟେନ୍,  ଆଂଟିଗୁଆ ଏବଂ ବାରବାଡୋସ୍ ସରକାରଙ୍କ ସହ ଯୋଗାଯୋଗ ଜାରି ରହିଛି  । ଭାରତକୁ ବିଜୟ ମାଲ୍ୟାଙ୍କ  ପ୍ରତ୍ୟର୍ପଣ ନେଇ ସମ୍ଭାବନା ବଢ଼ିଥିବା ବେଳେ ନୀରବ ମୋଦି ଓ ମେହୁଲ ଚୋକସିଙ୍କୁ ପ୍ରତ୍ୟର୍ପଣ କରିବାକୁ ଚେଷ୍ଟା କରାଯାଉଛି  ।

ୱେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ୍ କୋର୍ଟ ନୀରବ ମୋଦୀଙ୍କୁ  ପ୍ରତ୍ୟାର୍ପଣ କରିବାକୁ  ନିର୍ଦ୍ଦେଶ  ଦେଇଛନ୍ତି  ।  ଧରାପଡ଼ିବା ପରେ ନୀରବ ମୋଦୀ  ଗତ  ଦୁଇବର୍ଷ ହେଲା  ଲଣ୍ଡନ  ଜେଲରେ  ଅଛି  ।  ସେହିପରି  ବିଜୟ ମାଲ୍ୟା  ଓ  ନୀରବ ମୋଦୀ  ଉଭୟଙ୍କୁ  ଆର୍ଥିକ  ପଳାତକ ଘୋଷଣା କରାଯାଇଛି  ।  ସେହିପରି  ନିକଟରେ ମେହୁଲ ଚୋକସି ଡୋମିନିକାରେ  ଧରାପଡି ଜେଲ୍ରେ ବନ୍ଦୀ  ଅଛି  ।