ପଳାତକ ବିଜୟ ମାଲ୍ୟାଙ୍କ ପ୍ରତ୍ୟର୍ପଣ ନେଇ ଆଜି ଶୁଣାଣି । ଆବେଦନ ଖାରଜ ହେଲେ ମାସେ ଭିତରେ ଭାରତ ଫେରିବେ ମଦ ସମ୍ରାଟ

ବ୍ରିଟେନ ସରକାରଙ୍କ ନିଷ୍ପତି ବିରୋଧରେ ହାଇକୋର୍ଟରେ ଅପିଲ ପାଇଁ ମାଗିଛନ୍ତି ଅନୁମତି

65

କନକ ବ୍ୟୁରୋ: ପଳାତକ ବିଜୟ ମାଲ୍ୟାଙ୍କ ପ୍ରତ୍ୟର୍ପଣ ମାମଲାର ଆଜି ଶୁଣାଣି ହେବ । ଲଣ୍ଡନ ହାଇକୋର୍ଟ ଆଜି ନିଷ୍ପତି ନେବେ ବିଜୟ ମାଲ୍ୟାଙ୍କ ବିରୋଧରେ ପ୍ରତ୍ୟର୍ପଣ ନେଇ ଜାରି ହୋଇଥିବା ଆଦେଶକୁ ରଦ୍ଦ କରା ଯିବ ନା ନାହିଁ । କାରଣ ବିଜୟ ମାଲ୍ୟା ପ୍ରତ୍ୟର୍ପଣ ବିରୋଧରେ ହାଇକୋର୍ଟରେ ଅପିଲ କରିବାକୁ ଅନୁମତି ଲୋଡିଛନ୍ତି । ଯଦି ଆଜି ମଦ ସମ୍ରାଟ ମାଲ୍ୟାଙ୍କ ଆବେଦନ ଲଣ୍ଡନ କୋର୍ଟରେ ଖାରଜ ହୋଇଯାଏ ।

ତେବେ ଆସନ୍ତା ୨୮ ଦିନ ଭିତରେ ତାକୁ ଭାରତ ଅଣାଯାଇ ପାରିବ । ଭାରତୀୟ ସମୟ ଅନୁସାରେ ଅପରାହ୍ନ ୩ଟାରେ ମାଲ୍ୟାଙ୍କ ମାମଲାର ଶୁଣାଣି ହେବ । ଯଦି ମାଲ୍ୟାଙ୍କ ଆବେଦନକୁ ଲଣ୍ଡନ କୋର୍ଟ ଖାରଜ କରିଦିଅନ୍ତି । ତେବେ ଅନ୍ତରାଷ୍ଟ୍ରୀୟ କୋର୍ଟ କିମ୍ବା ଅନ୍ତରାଷ୍ଟ୍ରୀୟ ମାନବାଧିକାର କମିସନଙ୍କ ଦ୍ୱାରସ୍ଥ ହେବାର ବିକଳ୍ପ ରହିଛି । ଲଣ୍ଡନର ୱେଷ୍ଟମିନିଷ୍ଟର କୋର୍ଟ ବିଜୟ ମାଲ୍ୟାଙ୍କୁ ଭାରତୀୟ ବ୍ୟାଙ୍କରୁ ଟଙ୍କା ଠକେଇ କରି ଫେରାର ଅଭିଯୋଗରେ ପ୍ରତ୍ୟର୍ପଣ କରିବାକୁ ଆଦେଶ ଦେଇଥିଲେ ।