କନକ ବ୍ୟୁରୋ : ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଚାଲିଛି । ତେବେ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଗୋଟିଏ ପରେ ଗୋଟିଏ ନିର୍ବାଚନୀ ହିଂସା ଘଟଣା ସାମ୍ନାକୁ ଆସୁଛି । ପ୍ରଥମେ ଯାଜପୁରରେ ନିର୍ବାଚନୀ ହିଂସା ଘଟଣା ସାମ୍ନାକୁ ଆସିଥିବା ବେଳେ ଏବେ ରାଜନଗରରୁ ମଧ୍ୟ ନିର୍ବାଚନୀ ହିଂସା ଘଟଣା ସାମ୍ନାକୁ ଆସିଛି । ରାଜନଗରର ଡେରା ପଞ୍ଚାୟତର ଗୋଖଣି ଗାଁରେ ପୋଲିସକୁ ମାଡ ମାରିଛନ୍ତି କିଛି ଗ୍ରାମବାସୀ । ପ୍ଲାଷ୍ଟିକ ପାଇପରେ ମାଡ ମାରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।
ମିଳିଥିବା ସୂଚନା ମୁତାବକ, ଗୋଖଣି ଗାଁରେ ଭୋଟଦାନ ଚାଲିଥିବା ବେଳେ ଭୋଟର ତାଲିକାରେ ଜଣେ ଭୋଟରଙ୍କ ନାଁ ନଥିବା ନେଇ ଉତ୍ତେଜନା ଦେଖା ଦେଇଥିଲା । ପରେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ । ଲୋକଙ୍କୁ ବୁଝାସୁଝା କରୁଥିବା ବେଳେ ଉତ୍ତ୍ୟକ୍ତ ଲୋକେ ପୋଲିସକୁ ଆକ୍ରମଣ କରିବାକୁ ପଛାଇ ନଥିଲେ । ପୋଲିସକୁ ଘେରି ଯାଇ କିଛି ଲୋକ ପ୍ଲାଷ୍ଟିକ ପାଇପରେ ପିଟୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ତେବେ ଘଟଣାସ୍ଥଳକୁ ଅଧିକ ପୋଲିସ ଫୋର୍ସ ଯାଇ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ପ୍ରୟାସ ଜାରି ରଖିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/20-18.jpg)