ମହାକାଳପଡାରେ ଜୋରଦାର ନିର୍ବାଚନ ପ୍ରଚାର । ଭୋଟ ହାତେଇବାକୁ ଘର ଘର ବୁଲୁଛନ୍ତି ପ୍ରାର୍ଥୀ

107

କନକ ବ୍ୟୁରୋ: ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ଏବେ ଗାଁ ଗହଳିରେ ନିର୍ବାଚନି ମାହୋଲ  । ଭୋଟ ହାତେଇବାକୁ ପ୍ରାର୍ଥଙ୍କ ମଧ୍ୟରେ ଆରମ୍ଭ ହୋଇଗଲାଣି ପ୍ରତିତ୍ୱନ୍ଦିତା ।  ଘର ଘର ବୁଲି ଭୋଟର ମାନଙ୍କୁ ମନାଇବାକୁ ଚେଷ୍ଟା କରୁଛନ୍ତି । ଏଥିପାଇଁ ଲୋକଙ୍କୁ ନାନାଦି ପ୍ରତିଶ୍ରୁତି ଦେଉଛନ୍ତି ପ୍ରାର୍ଥୀ । ଏପରି ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡା ମହାକାଳପଡା ନିର୍ବାଚନ ମଣ୍ଡଳୀରେ ।

ମହାକାଳପଡା ନିର୍ବାଚନ ମଣ୍ଡଳିର ସମସ୍ତ ୭ ଜିଲ୍ଲା ପରିଷଦ ଜୋନ ମଧ୍ୟରୁ ମହାକାଳପଡା ବ୍ଲକର ୫ ଟି ଏବଂ ମାର୍ଶାଘାଈ ବ୍ଲକର ୨ ଟି ଜୋନରେ ଏବେ ନିର୍ବାଚନି ପ୍ରଚାର ସରଗରମ ହୋଇଛି  । ଶାସକ ବିଜେଡି ଦଳ ସରକାରଙ୍କ ବିକାଶମୂଳକ କାର୍ଯ୍ୟର ପ୍ରତିଶ୍ରୁତି ନେଇ  ଲୋକମାନଙ୍କ ନିକଟକୁ ଯାଉଥିବାବେଳେ ବିରୋଧୀ ବିଜେପି ଏବଂ କଂଗ୍ରେସ ଦଳର ପ୍ରାର୍ଥୀମାନେ ନିଜର ନିଜର ରଣନୀତି ଆପଣାଉଛନ୍ତି । ଘରଘର ବୁଲି ପ୍ରଚାର ଆରମ୍ଭ କରିଛନ୍ତି ପ୍ରାର୍ଥୀ । ବିଜେଡି ଦଳରୁ ସୁୁବୋଧ କୁମାର ଲେଙ୍କା ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢୁଥିବା ବେଳେ ବିଜେପି ଦଳରୁ ଡ. ସୈାଭାଗ୍ୟ କୁମାର ପରିଡା ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବରେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି  ।