କନକ ବ୍ୟୁରୋ: ନବରଙ୍ଗପୁର ଲୋକସଭା ଆସନରେ ଜୋରଦାର ଚାଲିଛି ପ୍ରଚାର । ପ୍ରଦୀପ ମାଝୀଙ୍କ ବିରାଟ ରୋଡ ଶୋ । ବିଜୁ ଜନତା ଦଳ ପକ୍ଷରୁ ନବରଙ୍ଗପୁର ଲୋକସଭା ଆସନ ଲାଗି ପ୍ରଦୀପ ମାଝୀ ଙ୍କ ନାଁ ଘୋଷଣା ହେବା ପରେ ଆଜି ମାଲକାନଗିରି ଭୌରବୀ ମନ୍ଦିରରେ ପୁଜର୍ଚନା କରି ପ୍ରଚାର ଆରମ୍ଭ କରିଛନ୍ତି ପ୍ରଦୀପ । ଏକ ବିରାଟ ଶୋଭାଯାତ୍ରାରେ ମାଲକାନଗିରି ଗୋବିନ୍ଦପାଲି ଠାରୁ ଆରମ୍ଭ କରି ମୋଟୁ ଯାଏଁ ପହଁଚି ଭୋଟର ମାନଙ୍କୁ ଭେଟିଛନ୍ତି ପ୍ରଦୀପ ମାଝୀ । ପ୍ରଦୀପଙ୍କ ଏହି ହାଇ ଭୋଲଟେଜ ପ୍ରଚାରରେ ମାଲକାନଗିରି ବିଧାୟକ ପ୍ରାର୍ଥୀଙ୍କ ସମେତ ଶହ ଶହ ସମର୍ଥକ ଯୋଗ ଦେଇଥିଲେ ।