ପ୍ରାକ ମୌସୁମୀ ବର୍ଷାରେ ମଣ୍ଡିରେ ଭିଜିଲା ଧାନ : ସାମ୍ନାକୁ ଆସିଲା କଳାହାଣ୍ଡି ଜୟପାଟଣା ବ୍ଲକ ବିମଳା ମଣ୍ଡିର ଅବ୍ୟବସ୍ଥା

ଖୋଲା ଆକାଶ ତଳେ ପଡିଛି ଶହ ଶହ ବସ୍ତା ଧାନ

91

କନକ ବ୍ୟୁରୋ : ପ୍ରାକ୍ ମୌସୁମୀ ବର୍ଷାରେ ମଣ୍ଡିରେ ଭିଜିଲା ଧାନ । କଳାହାଣ୍ଡି ଜୟପାଟଣା ବ୍ଲକ ବିମଳା ମଣ୍ଡିରେ ପଡ଼ିଥିବା ଚାଷୀଙ୍କ ଧାନ ଭିଜିଯାଇଥିବା ଅଭିଯୋଗ ହୋଇଛି । ମଣ୍ଡିରେ ଖୋଲା ଆକାଶ ତଳେ ଚାଷୀଙ୍କ ଧାନ ସବୁ ପଡ଼ି ରହିଥିବା ବେଳେ ଗତକାଲିର ଲଗାଣ ବର୍ଷା ଧାନକୁ ଓଦା କରିଦେଇଛି । ତେବେ ବର୍ଷା ଭିଜା ଧାନର ଗୁଣବତା ନଷ୍ଟ ହେବା ସହ ମିଲରଙ୍କ କଟନି ଛଟନିର ଶିକାର ହୋଇପାନ୍ତି ଚାଷୀ । ଯାହାକୁ ନେଇ ଚାଷୀ ଏବେ ଚିନ୍ତାରେ ପଡ଼ିଯାଇଛନ୍ତି ।

ସୁଚନା ଅନୁସାରେ, ବିମଳା ମଣ୍ଡି ଉପରେ ମୋହନଗୁଡ଼ା, ଭଇଁରିପାଲି, କଦଲୀବାହିଲା ଗାଁର ପାଖାପାଖି ୫ଶହରୁ ଉଦ୍ଧ୍ୱର୍ ଚାଷୀ ନିର୍ଭର କରନ୍ତି । ଗତ ୨୪ ତାରିଖରୁ ଏହି ମଣ୍ଡି଼ରେ ଧାନ କିଣା ପ୍ରକ୍ରିୟା ଆରମ୍ଭ ହୋଇଥିଲା । ପ୍ରଥମେ ଚାଷୀ ଟୋକନ ସମସ୍ୟା ନେଇ ଚିନ୍ତାରେ ଥିବା ବେଳେ ଏବେ ମୌସୁମୀ ବର୍ଷାରେ ଧାନ ଓଦା ହୋଇ ମଣ୍ଡିରେ ପଡ଼ି ରହିଛି । ଚାଷୀ ମାନେ ପାଖାପାଖି ସପ୍ତାହେ ହେଲା ମଣ୍ଡିରେ ଧାନ ରଖି ଜଗି ବସିଥିଲେ ମଧ୍ୟ ମିଲର ଓ ପୋକ୍ସ କର୍ତୃପକ୍ଷଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଧାନ ଉଠାଣରେ ମନ୍ଥର ହୋଇଥିବା ଅଭିଯୋଗ ହୋଇଛି ।