ଅଧ୍ୟାପକଙ୍କ ଘରୁ ମିଳିଲା ଅଢେଇ କୋଟିର ସମ୍ପତ୍ତି : ଭବାନୀପାଟଣାର ପଲିଟେକନିକ ସ୍କୁଲରେ ଭିଜିଲାନ୍ସ ରେଡ୍, ଭୁବନେଶ୍ୱର ସମେତ ୫ ସ୍ଥାନରେ ଚଢାଉ

77

କନକ ବ୍ୟୁରୋ : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରସ୍ଥିତ ପଲିଟେକ୍‌ନିକ୍‌ ଇଞ୍ଜିନିୟରିଂ ସ୍କୁଲର ଅଧ୍ୟକ୍ଷ ସୂର୍ଯ୍ୟନାରାୟଣ ରାୟଙ୍କ ନାଁରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଛି । ଭିଜିଲାନ୍ସ ପକ୍ଷରୁ ତାଙ୍କ ଘର, ଅଫିସ, ପତ୍ନୀଙ୍କ ଅଫିସ ସମେତ ୬ଟି ସ୍ଥାନରେ ଏକାସାଙ୍ଗରେ ଚଢାଉ ହୋଇଛି । ଭୁବନେଶ୍ୱର, ଝାରୁସୁଗୁଡା, ଭବାନୀପାଟଣା, କେନ୍ଦ୍ରାପଡା ଓ ସୁନ୍ଦରଗଡରେ ଏକକାଳୀନ ଚଢାଉ ହୋଇଥିଲା । ଚଢାଉବେଳେ ୩ଟି ଉଚ୍ଚ କୋଠା, ଝାରୁସୁଗୁଡାରେ ୮ଟି ପ୍ଲଟ , ପୋଷ୍ଟାଲରେ ୩୦ ଲକ୍ଷ ଜମା ସହ ମୋଟ ୨ କୋଟି ୪୫ ଲକ୍ଷ ମିଳିଛି । ବର୍ତ୍ତମାନ ମାନ ସୁଦ୍ଧା ଚଢାଉ ଜାରି ରହିଛି ।