କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ଫାଷ୍ଟ ବାଟାଲିୟନ କମାଣ୍ଡାଣ୍ଟ ସୁନୀଲ ବେହେରା । ଟଙ୍କା ନେଇ ଯାଉଥିବାବେଳେ ଅଧାବାଟରେ ମାଡିବସିଲା ଭିଜିଲାନ୍ସର ସ୍ୱତନ୍ତ୍ର ଟିମ । ସୁନୀଲ ନିଜ ସରକାରୀ ଗାଡି ଯୋଗେ ଟଙ୍କା ନେଇ ଯାଉଥିଲେ । ଆଉ ଖବର ପାଇ ଭିଜିଲାନ୍ସର ସ୍ୱତନ୍ତ୍ର ଟିମ୍ ଏହି ରେଡ୍ କରିଥିବା ସୂଚନା ମିଳିିଛି । ତେବେ କେତେ ଟଙ୍କା ଥିଲା ତାହା ଏ ଯାଏଁ ସ୍ପଷ୍ଟ ହୋଇନାହିଁ ।
ଭିଜିଲାନ୍ସ ଏ ବାବଦରେ କିଛି କହୁନାହିଁ । କମାଣ୍ଡାଣ୍ଟଙ୍କ ଢେଙ୍କାନାଳ ସହର ସ୍ଥିତ ସରକାରୀ ବସଭବନରେ ବି ରେଡ ଚାଲିଛି । କେଉଁ ବାବଦରେ ସେ ଟଙ୍କା ସରକାରୀ ଗାଡିରେ ନେଇ ଯାଉଥିଲେ ତାର ଖୋଳତାଡ କରୁଛି ଭିଜିଲାନ୍ସ । ପୂର୍ବରୁ ସୁନୀଲଙ୍କ ନାଁରେ ଅନେକ ଅଭିଯୋଗ ଥିଲା । ଡେଙ୍କାନାଳର କାଇମାଟିରେ ଥିବା ଫାଷ୍ଟ ବାଟାଲିୟନରେ ସୁନୀଲ ବେହେରା କମାଣ୍ଡାଣ୍ଟ ଅଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/10/Odisha-Vigilance.jpg)