ସରକାରୀ ବାବୁଙ୍କ କୁବେର ପେଡି : ସମ୍ପତ୍ତି ଦେଖିଲେ ଉଡିଯିବ ହୋସ୍

177

କନକ ବ୍ୟୁରୋ : କୁବେର ସରକାରୀ ବାବୁଙ୍କର କୋଟି କୋଟି ଟଙ୍କାର ସମ୍ପତି । ଓପିଏଚଡ଼ବ୍ଲ୍ୟୁସି ଡେପୁଟି ମ୍ୟାନେଜରଙ୍କ ଭୁବନେଶ୍ୱରରେ ଠାବ ହେଲାଣି ପ୍ରାୟ ୪କୋଟିର ସମ୍ପତି । ଭୁବନେଶ୍ୱର ଗୋଠପାଟଣାରେ ଥିବା ୫ ମହଲା ଘର ପ୍ରତାପ କୁମାର ସାମଲଙ୍କ ପତ୍ନୀ ସସ୍ମିତା ସାମଲଙ୍କ ନାଁରେ ରହିଛି । ୨୦ ହଜାର ୩୫୦ ସ୍କୋୟାରଫୁଟ୍ରେ ଏହି ୫ ମହଲା କୋଠା ତିଆରି ହୋଇଛି । ଏହି କୋଠାର ମୁଲ୍ୟ ୩ କୋଟି ୨୫ ଲକ୍ଷ ୬୦ ହଜାର ଟଙ୍କା ।

ଜମି ସହିତ ବିଲ୍ଡିଂର ମୂଲ୍ୟ ୩ କୋଟି ୮୯ ଲକ୍ଷ ୬୦ ହଜାର ଟଙ୍କା । ଭିଜିଲାନ୍ସ ଚଢାଉ ବେଳେ ପ୍ରତାପଙ୍କ ଘରୁ ୩୮ ଲକ୍ଷ ୧୨ ହଜାର ୯୦୦ ନଗଦ ଟଙ୍କା ଜବତ ହୋଇଛି । ଭିଜିଲାନ୍ସ ଚଢ଼ାଉ ବେଳେ ଛାତ ଉପରୁ ବାହାରକୁ ଏକ ପେଟିରେ ଲକ୍ଷାଧିକ ଟଙ୍କା ଫିଙ୍ଗିଦେଇଥିଲେ ପ୍ରତାପ । ସେହିପରି ବାସୁଦେବପୁରରେ ପ୍ରତାପ ସାମଲଙ୍କର ୨୦ ହଜାର ସ୍କ୍ୱାୟାରଫୁଟ୍ରେ ଘର ରହିଛି । ୨୦୧୧ ମସିହା ମୂଲ୍ୟ ଅନୁସାରେ ୧ କୋଟି ୫୧ ଲକ୍ଷ ଟଙ୍କା ଥିଲା ।

ଭିଜିଲାନ୍ସ ଜାଲରେ ଓଡ଼ିଶା ପୋଲିସ ହାଉସିଂ କର୍ପୋରେସନ୍ର ଡେପୁଟୀ ମେନେଜର । ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ପ୍ରତାପ କୁମାର ସାମଲଙ୍କ ଘରେ ରେଡ୍ କରୁଛି ଭିଜିଲାନ୍ସ । ଭୁବନେଶ୍ୱର, ବାଲେଶ୍ୱର, ଭଦ୍ରକର ଟି ସ୍ଥାନରେ ରେଡ୍ କରାଯାଉଛି । ଅଫିସ୍ ଓ ଘର ସମେତ ୧୦ଟି ସ୍ଥାନରେ ଏକକାଳୀନ ରେଡ୍ କରୁଛନ୍ତି ଭିଜିଲାନ୍ସ ଅଧିକାରୀ । ପ୍ରତାପ ସାମଲଙ୍କ ଅଫିସ୍, ଭୁବନେଶ୍ୱର ଆଇଆରସି ଭିଲେଜରେ ଥିବା ୩ ମହଲା କୋଠା, ଜୟଦେବ ବିହାରରେ ଥିବା ୬ ମହଲା କୋଠା, ଖଣ୍ଡଗିରିରେ ଥିବା ଘରେ ରେଡ୍ କରାଯାଇଛି ।

ଭଦ୍ରକ ବାସୁଦେବପୁରରେ ଥିବା ତିନି ମହଲା ବିଲଡିଂ, ବାଲେଶ୍ୱର ସିମୁଳିଆରେ ଥିବା ପୈତୃକ ଘର, ସିମୁଳିଆରେ ଥିବା ସମ୍ପର୍କୀୟଙ୍କ ଘରେ ଚଢାଉ କରାଯାଉଛି । ଭଦ୍ରକ ଅନନ୍ୟା ଟାୱାରରେ ଥିବା ସହଯୋଗୀଙ୍କ ଘରେ ମଧ୍ୟ ରେଡ୍ କରୁଛି ଭିଜିଲାନ୍ସ । ଚଢାଉ ବେଳେ ଭୁବନେଶ୍ୱର ଗୋଠପାଟଣାରେ ତାଙ୍କର ଏକ ପାଂଚ ମହଲା କୋଠା ଏବଂ ନୟାପଲ୍ଲୀ ଆଇଆରସି ଭିଲେଜରେ ୪ ମହଲା କୋଠା ଥିବା ଜଣାପଡ଼ିଛି । ଚଢାଉରେ ଭିଜିଲାନ୍ସର ଜଣେ ଅତିରିକ୍ତ ଏସ୍ପି, ୫ ଜଣ ଡିଏସ୍ପି ଓ ୭ ଜଣ ଇନ୍ସପେକ୍ଟର ସାମିଲ ହୋଇଛନ୍ତି ।