ଭିଜିଲାନ୍ସ ଜାଲରେ ସମ୍ବଲପୁର ଓସିସିଏଲର ସିନିୟର ମ୍ୟାନେଜର

75

କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ସମ୍ବଲପୁର ଓସିସିଏଲର ସିନିୟର ମ୍ୟାନେଜର ରଞ୍ଜନ କୁମାର ଡାଙ୍ଗ । ଆୟ ବର୍ହିଭୂତ ସମ୍ପତି ଠୁଅ ଅଭିଯୋଗରେ ଆଜି ଭିଜିଲାନ୍ସ ପକ୍ଷରୁ ରଞ୍ଜନଙ୍କ ସମ୍ବଲପୁରସ୍ଥିତ ବାସଭବନ, ଅଫିସ ଏବଂ ତାଙ୍କ ଶଶୁର ଘରେ ଚଢାଉ କରାଯାଇଛି । ଭିଜିଲାନ୍ସର ତିନିଟି ଟିମ୍ ତିନିଟି ସ୍ଥାନରେ ଚଢାଉ କରିଛି । ଚଢାଉ ବେଳେ ନଗଦ ୧ ଲକ୍ଷ ୪୫ ହଜାର ୮୫୦ ଟଙ୍କା  ଜବତ କରାଯାଇଛି ।

କିଛି ଦରକାରୀ କାଗଜପତ୍ର ଜବତ କରାଯାଇଥିବା ବେଳେ ଏବେବି ଚଢାଉ ଜାରି ରହିଛି । ରଞ୍ଜନଙ୍କ ସମ୍ପତିର ମୂଲ୍ୟ କୋଟିଏରୁ ଅଧିକ ହେବ ବୋଲି ସୂଚନା ମିଳିଛି । ବେଆଇନ ଭାବେ ଆୟ କରୁଥିବା ନେଇ ଅଭିଯୋଗ ଆସିବା ପରେ ଭିଜିଲାନ୍ସ ସ୍କାନରେ ଥିଲେ ରଞ୍ଜନ । ଭିଜିଲାନ୍ସର ଏକ ଟିମ୍ ତାଙ୍କ ଉପରେ ନଜର ରଖିଥିଲା । ଆବଶ୍ୟକ ତଥ୍ୟ ପ୍ରମାଣ ପାଇବା ପରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି ।