ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ : ନେସ୍କୋର ଏସଡିଓ ମହେଶ୍ୱର ସେଠୀଙ୍କ ଘରେ ଭିଜିଲାନ୍ସ ରେଡ୍

127

କନକ ବ୍ୟୁରୋ : ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ସରକାରୀ ବାବୁଙ୍କ ଘରେ ଭିଜିଲାନ୍ସ ରେଡ଼ । ପୂର୍ବତନ ନେସ୍କୋ ଓ ବର୍ତ୍ତମାନର ଟିପିଏନଏଲ ଇଲେକ୍ଟ୍ରିକ ବିଭାଗର ଏମଆରଟି ଡ଼େପୁଟି ମ୍ୟାନେଜର ମହେଶ୍ୱର ସେଠୀଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢଉ କରାଯାଇଛି । ଏକକାଳୀନ କେନ୍ଦୁଝର ସହର କାଶୀପୁର ସ୍ପଂଜ କଲୋନୀ ସ୍ଥିତ ବାସଭବନ, ରିମୂଳି ସ୍ଥିତ ଶ୍ୱଶୁର ଘର ଓ ଘଟଗାଁ ବ୍ଳକ ସ୍ଥିତ ମୁକୁନ୍ଦପୁର ପୈତୃକ ଗାଁ ବାସଭବନ ଏବଂ କେନ୍ଦୁଝର ସ୍ଥିତ କାର୍ଯ୍ୟାଳୟରେ ରେଡ଼ କରିଛି ଭିଜିଲାନ୍ସ । ଏହି ଚଢଉରେ ବାଲେଶ୍ୱର, ଭଦ୍ରକ, କେନ୍ଦୁଝର ଡ଼ିଭିଜନର ଭିଜିଲାନ୍ସ ଟିମ୍ ସାମିଲ ହୋଇଥିବା ସୁଚନା ମିଳିଛି । ତାଙ୍କ ନାଆଁରେ ପୂର୍ବରୁ ଦୁର୍ନୀତି ଅଭିଯୋଗ ହୋଇଥିଲା ବୋଲି କୁହାଯାଉଛି। ତେବେ ସଂପତ୍ତିର ମୂଲ୍ୟ କେତେ ହେବ, ତାର ଆକଳନ ଆରମ୍ଭ ହୋଇଛି। ତେବେ ଏନେଇ ଭିଜିଲାନ୍ସ ପକ୍ଷରୁ ବିଶେଷ ସୂଚନା ମିଳିନାହିଁ।