ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଡ ମ୍ୟାନେଜର : ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଏକକାଳୀନ ୭ଟି ସ୍ଥାନରେ ଚଢାଉ

216

କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ଇଡକୋ ଆସିଷ୍ଟାଣ୍ଡ ମ୍ୟାନେଜର ମନୋଜ ଲେଙ୍କା । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ରେଡ୍ କରୁଛି ଭିଜିଲାନ୍ସ । ଖୋର୍ଦ୍ଧା, ପୁରୀ ଓ କେନ୍ଦ୍ରାପଡ଼ା ସମେତ ୭ଟି ସ୍ଥାନରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ । ଭୁବନେଶ୍ୱର ଇଡକୋ ଅଫିସ, ଝାରପଡ଼ା ସ୍ଥିତ ଘରେ ଭିଜିଲାନ୍ସ ଛାନଭିନ ଜାରି ରଖିଛି ।

ଉତ୍ତରା ଛକରେ ଥିବା ମାର୍କେଟ କମ୍ପେ୍ଲକ୍ସରେ ବି ଚଢ଼ାଉ କରିଛି ଭିଜିଲାନ୍ସ । କେନ୍ଦ୍ରାପଡ଼ା କେଶପୁରରେ ଥିବା ପୈତୃକ ଘର, ପୁରୀରେ ଗ୍ରୀଣ୍ଡ ଏସିଆନ୍ ଆପାର୍ଟମେଣ୍ଟ ରେଡ କରୁଛି ଭିଜିଲାନ୍ସ । ଭିଜିଲାନ୍ସର ୨ଜଣ ଡିଏସପିଙ୍କ ନେତୃତ୍ୱରେ ଚଢ଼ାଉ ଚାଲିଥିବା ବେଳେ ୧୦ ଜଣ ଇନ୍ସପେକ୍ଟର, ୨ଜଣ ସବଇନ୍ସପେକ୍ଟର ଏଥିରେ ସାମିଲ ଅଛନ୍ତି । ଭୁବନେଶ୍ୱର କୋରଡକଂଟାରେ ଏକ ତିନି ମହଲା ଘର ଠାବ ହୋଇଛି ।