ଦୁର୍ନୀତିଗ୍ରସ୍ତ ପିଏସ୍ ବିରଞ୍ଚି ସାହୁଙ୍କୁ ୪ ଦିନିଆ ରିମାଣ୍ଡରେ ନେଲା ଭିଜିଲାନ୍ସ । ଆଜି ଓଏସଏସସି ଅଫିିସ୍ ଯାଇ ଦୁଇ ଜଣିଆ ଟିମର ଛାନଭିନ୍

85

କନକ ବ୍ୟୁରୋ: ଓଡ଼ିଶା ଷ୍ଟାଫ୍ ସିଲେକ୍ସସନ୍ କମିଶନରେ ଯଦି ସବୁ କିଛି ଠିକ୍ଠାକ୍ ଚାଲିଥାନ୍ତା, ଜଣେ ପରେ ଜଣେ ପରୀକ୍ଷାର୍ଥୀ ନିଜର ଅଭିଯୋଗ ନେଇ ଏମିତି ଫେରାଦ୍ ହେଉନଥାନ୍ତେ । ବିରଂଚିଙ୍କ ଦୁର୍ନୀତିର ଗୁମର ଖୋଲୁଥିବା ବେଳେ ଭିଜିଲାନ୍ସ ପାଖରେ ଫେରାଦ୍ ହୋଇଛନ୍ତି ଜଣେ ପରୀକ୍ଷାର୍ଥୀ, ଯିଏ ନିଯୁକ୍ତି ଦୁର୍ନୀତିରେ କେଳେଙ୍କାରୀର ସାଂଘାତିକ୍ ଅଭିଯୋଗ ଆଣିଛନ୍ତି ।

ଚିନ୍ମୟ ୨୦୧୦ ମସିହାରେ ଜୁନିୟର ଆସିଷ୍ଟାଣ୍ଡ ପଦ ପାଇଁ ପରୀକ୍ଷା ଦେଇଥିଲେ । ୨୦୧୧ ମସିହାରେ ଯେତେବେଳେ ପରୀକ୍ଷା -ଫଳ ଆସିଲା, ସେଥିରେ ତାଙ୍କ ନାଁ ନଥିଲା । କଟ୍ଅଫ୍ ମାର୍କ ୧୭୫ ରଖି ପିଲା ଯୋଗ୍ୟ ବିବେଚିତ ହୋଇଥିବା ବେଳେ ଚିନ୍ମୟ ୧୭୭.୨୫ ନମ୍ବର ରଖିବି, ତାଙ୍କ ନାଁ ତାଲିକାରେ ନଥିବା ସେ ଅଭିଯୋଗ କରିଛନ୍ତି ।

ଚାକିରିରୁ ବାଧ୍ୟତାମୂଳକ ଅବସର ଦିଆଯିବା ପରେ ଓଏସ୍ଏସ୍ସି କାର୍ଯ୍ୟାଳୟରେ ପହଂଚି, ଛାନ୍ବିନ୍ କରିଛନ୍ତି ଭିଜିଲାନ୍ସର ଦୁଇ ଜଣିଆ ଟିମ୍ । ଏମିତି କି କିଛି କାଗଜପତ୍ରର ତନଖି କରିଛି ଭିଜିଲାନ୍ସ । ଓଏସଏସସିର ଅଧ୍ୟକ୍ଷଙ୍କ ନିର୍ମଳ ମିଶ୍ରଙ୍କୁ ମଧ୍ୟ ପଚାରଉଚୁରା କରିଛି ଭିଜିଲାନ୍ସ ଟିମ୍ । ସାଧାରଣ ପିଏସ୍ରୁ ବରଂଚି କେମିତି ବନିଲେ କୋଟିପତି, ନିଯୁକ୍ତି ପ୍ରକ୍ରିୟାରେ କୌଣସି ଦୁର୍ନୀତି ହୋଇଥିଲା କି ସେ ଦିଗରେ ଯାଂଚ୍ କରାଯାଇଛି ।

କାହାଣୀ ଏଠି ସରିଯାଇନି, ବରଂ ଇଏଠୁ ହିଁ ଆରମ୍ଭ ହୋଇଛି । କାରଣ, ଏହା କେବଳ ଆୟବର୍ହିୁତ ମାମଲା ହୋଇରହିନି । ନିଯୁକ୍ତିରେ ଦୁର୍ନୀତି, ଚାକିରି ନାଁରେ ଶୋଷଣ, ଚାକିରି ଆଶାୟୀଙ୍କୁ ଠକେଇ, ଟଙ୍କା କାରବାର ଭଳି ସଂଗୀନ ମାମଲା ଜଡ଼ିତ ରହିଥିବା ଅଭିଯୋଗ ହୋଇଛି । ଯେଉଁ ସବୁ ଅଭିଯୋଗ ପୁଲିସ୍ ତଦନ୍ତର ଆବଶ୍ୟକତା ରଖୁଛି ।

ଯଦି ନିଯୁକ୍ତି ପ୍ରକ୍ରିୟାରେ ଦୁର୍ନୀତି ହେଉଥିଲା, ତାହା କେବଳ କ’ଣ ବିରଂଚିଙ୍କ ଦ୍ୱାରା ସଂଭବ କି? କେଉଁ ପର୍ଯ୍ୟନ୍ତ ଲମ୍ବିଛି ଦୁର୍ନୀତିର ଚେର? କେଉଁ କେଉଁମାନେ ନିଯୁକ୍ତି ଦୁର୍ନୀତିରେ ସଂପୃକ୍ତ ଥିଲେ? କେବଳ ବିରଂଚି ସାହୁଙ୍କୁ ଚାକିରିରୁ ଅବସର ଦେଇଦେଇ, କାମ ତୁଟାଇ ଦେଲେ, ଓଏସ୍ଏସ୍ସି ଉପରେ ଭରସା ବଢ଼ିବା ବଦଳରେ ତୁଟିବ । ତେଣୁ ଓଏସ୍ଏସ୍ସିରେ ସ୍ୱଚ୍ଛତା ଆଣିବା ଯେତିକି ଜରୁରୀ ପିଲାଙ୍କ ବିଶ୍ୱାସ ଭାଜନ ହେବା ତାଠୁ ଅଧିକ ଆବଶ୍ୟକ ।