ଭିଜିଲାନ୍ସ ଜାଲରେ ଥାନା ବାବୁ : ବିନୋଦ ବିହାରୀଙ୍କ ବାସଭବନରୁ ଜବତ ହେଲାଣି ୩ଲକ୍ଷରୁ ଅଧିକ ଟଙ୍କା; ଦାଦନ ସରଦାରଙ୍କ ଠାରୁ ଟଙ୍କା ନେଉଥିବା ଅଭିଯୋଗ

155

କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ଥାନା ଅଧିକାରୀ । ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଅଧିକାରୀଙ୍କ ଘାର ଚାଲିଛି ରେଡ୍ । ଗତକାଲି ବରଗଡ଼ ଜିଲ୍ଲା ଟୋଲ୍ ଗେଟ୍ ନିକଟରେ ଭିଜିଲାନ୍ସ ଟିମ୍ ଥାନା ଅଧିକାରୀ ବିନୋଦ ବିହାରୀଙ୍କ କାରରୁ ଲକ୍ଷାଧିକ ଟଙ୍କା ଜବତ କରିଥିଲା । ଘରକୁ ୨ ଲକ୍ଷ ୬ ହଜାର ୨୨୦ ଟଙ୍କା ନେଇ ଯାଉଥିବା ବେଳେ ଧରିଥିଲା ଭିଜିଲାନ୍ସ । ଏହା ପରେ ଆଜି ବିନୋଦ ବିହାରୀଙ୍କ ଘରେ ଓ ବଙ୍ଗୋମୁଣ୍ଡା ଥାନାରେ ରେଡ୍ ଚାଲିଛି ।

ବର୍ତମାନ ସୁଦ୍ଧା ତାଙ୍କ ବାସଭବନରୁ ୩ ଲକ୍ଷ ୮୦ ହଜାର ୯୨୦ ଟଙ୍କା ଜବତ କରିଛି ବଲାଙ୍ଗିର ଭିଜିଲାନ୍ସ । ଏହା ସହ ବିଭିନ୍ନ କାଗଜପତ୍ର ଯାଂଚ କରାଯାଉଛି । ଏହି ଅଂଚଳରୁ ଅନେକ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇଥାନ୍ତି । ଦାଦନ ମାନଙ୍କୁ ବାହାର ରାଜ୍ୟକୁ ନେବା ପାଇଁ ଦାଦନ ସର୍ଦ୍ଦାମାନେ ଏଠାରେ ଆଡ୍ଡା ଜମାଉଛନ୍ତି । ସ୍ଥାନୀୟ ଅଂଚଳର ଦାଦନ ସର୍ଦ୍ଦାରଙ୍କ ସହ ମିଶି ଏମାନେ ଦାଦନ ଶ୍ରମିକଙ୍କୁ ବାହାର ରାଜ୍ୟକୁ ପଠାଇଥାନ୍ତି । ଏଥିପାଇଁ ଦାଦନ ସର୍ଦ୍ଦାରମାନେ ପୋଲିସକୁ ମୋଟା ଅଙ୍କର ଟଙ୍କା ଦେଉଥିବା ଅଭିଯୋଗ ହୋଇଛି ।