ସରକାର ଚାକିରିଆଙ୍କ ପୁଳାପୁଳା ଟଙ୍କା ଓ ସୁନା ଦେଖି ଚମକି ଗଲା ସାରା ଓଡ଼ିଶା । କୁବେର ଭଳି ସମ୍ପତ୍ତିର ଅଧିକାରୀ ଓଏସଏସସି ସଦସ୍ୟଙ୍କ ପିଏସ୍ ବିରଞ୍ଚି ନାରାୟଣ ସାହୁ ।

274

କନକ ବ୍ୟୁରୋ: ଜଣେ ସରକାରୀ କର୍ମଚାରୀଙ୍କ ସମ୍ପତ୍ତି ଦେଖି ଆଜି ଭିଜିଲାନ୍ସ ବିଭାଗର ଆଖି ଖୋସି ହୋଇ ଯାଇଛି ଆଉ ଟିଭି ପରଦାରେ ଏହି ଦୃଶ୍ୟ ଦେଖି ଚକିତ ହୋଇଯାଇଛି ସାରା ଓଡିଶା । ସରକାରୀ କର୍ମଚାରୀଙ୍କ କୁବେର ଭଳି ସମ୍ପତ୍ତି । ଓଡିଶା ଷ୍ଟାଫ ସିଲେକ୍ସନ କମିଶନ ସଦସ୍ୟଙ୍କ ପିଏସ ବିରଞ୍ଚି ନାରାୟଣ ସାହୁଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ । ଭୁବନେଶ୍ୱର ନିଳାଦ୍ରୀବିହାରରେ ତାଙ୍କ ଘର ଓ ସହିଦନଗରରେ ଶଳାଙ୍କ ଘର ସହ ୬ଟି ସ୍ଥାନରେ ଏକକାଳୀନ ଚଢାଇ ହୋଇଛି ।

ଏହି ଚଢାଉ ସମୟରେ ଘରୁ ନଗଦ ୧୨ ଲକ୍ଷ ୪୬ ହଜାର ଓ ଶଳାଙ୍କ ଘରୁ ୧୩ ଲକ୍ଷ ଟଙ୍କା ଜବତ ହୋଇଛି । ତା ସହିତ କେଜି କେଜି ସୁନା ଗହଣା ଦେଖି ତାଜୁବ ହୋଇଯାଇଛି ଭିଜିଲାନ୍ସ ବିଭାଗ । ଏଗୁଡିକର ଓଜନ ଚାଲିଥିବାବେଳେ ପ୍ରକୃତ ମୂଲ୍ୟ କେତେହେବ ତାକୁ ଅପେକ୍ଷା କରାଯାଇଛି । ଖାଲି ସେତିକି ନୁହେଁ, ଭୁବନେଶ୍ୱରରେ ୨ ମହଲା କୋଠା ସାଙ୍ଗକୁ ୯ଟି ପ୍ଲଟ୍ ମଧ୍ୟ ଠାବ ହୋଇସାରିଲାଣି । ଏହି ସରକାରୀ କର୍ମଚାରୀ ଜଣକ ୫୬ ଲକ୍ଷ ଟଙ୍କାର ଜୀବନବୀମା ନେଇଥିବା ଜଣାପଡିଛି । ତେବେ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ଓ ବିଭିନ୍ନ ସ୍ଥାନରେ ଥିବା ଜମି ବାବଦରେ ଅଧିକ ଖୋଳତାଡ ଜାରି ରହିଛି ।

ତେବେ ଜଣେ ସରକାରୀ କର୍ମଚାରୀଙ୍କ ଘରୁ ଏତେ ଟଙ୍କା ଓ ସୁନା ଗହଣା ବାହାରିଥିଲା ଯେ, ଏହାକୁ ଗଣଗଣି ଥକିପଡିଥିଲେ ଭିଜିଲାନ୍ସ ଅଧିକାରୀ । ୪ ଜଣ ଡିଏସପି, ୧୩ ଇନସ୍ପେକ୍ଟର ଓ ଅନ୍ୟ କର୍ମଚାରୀଙ୍କୁ ନେଇ ୩ଟି ଟିମ୍ ଏହି ରେଡରେ ସାମିଲ ହୋଇଥିଲେ । ମିଳିଥିବା ସୂଚନା ଅନୁସାରେ ରେଡ ଚାଲିଥିବାବେଳେ ଅସାଧୁ ଉପାୟରେ ଜମା କରିଥିବା କଳାଧନକୁ ଘର ପଛପଟେ ଫୋପାଡି ଦେବାକୁ ଉଦ୍ୟମ କରିଥିଲେ ।