କନକ ବ୍ୟୁରୋ : ଆଇଏଫଏସ ଅଫିସର ଅଭୟକାନ୍ତ ପାଠକଙ୍କ କେଳେଙ୍କାରୀ ଘଟଣାରେ ଭିଜିଲାନ୍ସ ଖୋଳତାଡ ଆରମ୍ଭ କରିଛି । ଅଭୟକାନ୍ତଙ୍କ ଘରେ ପୁଣି ଭିଜିଲାନ୍ସ ଚଢାଉ କରିଛି । ଭିଜିଲାନ୍ସର ସ୍ୱତନ୍ତ୍ର ଟିମ ପକ୍ଷରୁ ଚଢାଉ ଜାରି ରହିଛି । ସେପଟେ ଭିଜିଲାନ୍ସ ସେଲ ଅଫିସରେ ହାଜର ହୋଇଛନ୍ତି ପାଠକଙ୍କ ଡ୍ରାଇଭର । ଡ୍ରାଇଭର ଜୁମାରାତଙ୍କୁ ଏସଆଇଟି ଟିମ ପଚରାଉଚରା କରୁଛି ।
ଗତକାଲି ଜୁମାରାତଙ୍କୁ ହାଜର କରିବାକୁ ନୋଟିସ କରିଥିଲା ଏସଆଇଟି । କିଛି ବ୍ୟାଙ୍କ କର୍ମଚାରୀ ମଧ୍ୟ ହାଜର ହୋଇଛନ୍ତି । ୫ଟି ବ୍ୟାଙ୍କର କର୍ମଚାରୀଙ୍କୁ ପଚରାଉଚରା କରାଯାଉଛି । ଆର୍ଥିକ କାରବାର ନେଇ ଏସଆଇଟି ଖୋଳତାଡ କରୁଛି । ଏତେ ଟଙ୍କା କେଉଁଠୁ ଆସିଲା ସେ ନେଇ ଖୋଳତାଡ ଚାଲିଛି । ଅଭୟକାନ୍ତ ପାଠକଙ୍କ ପୁତୁରାକୁ ବି ଭିଜିଲାନ୍ସରେ ହାଜର ପାଇଁ ସମନ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/11/vlcsnap-2020-11-28-19h08m49s096.png)