କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ । ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ବାରିପଦା ଆଇଟିଡିଏ ସହକାରୀ ଯନ୍ତ୍ରୀ ସନ୍ତୋଷ କୁମାର ଦାସଙ୍କ ୩ଟି ଠିକଣାରେ ଏକକାଳୀନ ଚଢାଉ କରିଛି ଭିଜିଲାନ୍ସ । ଭୁବନେଶ୍ୱର ସମେତ ବାଲେଶ୍ୱରର ବାଲିଆପାଳ ଓ ଭୋଗରାଇ ସ୍ଥିତ ପୈତୃକ ବାସଭବନରେ ଓ ପାରିପଦା ଭଂଜପୁର ସ୍ଥିତ ବାସଭବନରେ ଚଢାଉ କରିଛି ଭିଜିଲାନ୍ସ । ୮ବର୍ଷ ଧରି ବାରିପଦା ଆଇଟିଡିଏ କାର୍ଯ୍ୟାଳୟରେ ଚାକିରୀ କରୁଥିବା ବେଳେ ତାଙ୍କ ନାଁରେ ବହୁ ଦୁର୍ନୀତିରେ ସାମିଲ ଥିବା ନେଇ ଅଭିଯୋଗ ରହିଛି ।
ଭିଜିଲାନ୍ସର ଦୁଇଜଣ ଡିଏସପିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି ଚଢ଼ାଉ ଚାଲିଥିବାର ସୂଚନା ରହିଛି । ସହକାରୀ ଯନ୍ତ୍ରୀ ସନ୍ତୋଷ ଦାସଙ୍କ ବାଲିଆପାଳରେ ଥିବା ପୈତୃକ ବାସଭବନ, ଭୁବନେଶ୍ବରରେ ବି ଚଢ଼ାଉ ଜାରି ରହିଛି । ବାରପଦାରେ ଥିବା ସନ୍ତୋଷ ଦାସଙ୍କ କାର୍ଯ୍ୟାଳୟରେ ବି ଚଢ଼ାଉ ଚାଲିଛି । କଟକ ଭିଜିଲାନ୍ସ ଡିଏସପି ପି .କେ ଦ୍ବିବେଦୀଙ୍କ ସହ ୫ଜଣ କର୍ମଚାରୀ ବାଲିଅଆପାଳରେ ଚଢ଼ାଉ କରୁଛନ୍ତି । ଏଠାରେ କେବଳ ସନ୍ତୋଷ ଦାସଙ୍କ ବାପା ରହନ୍ତି। ଏଠାରେ ଥିବା ତାଙ୍କ ଜମିବାଡ଼ି ଓ ସଂପତ୍ତିର ଆକଳନ କରୁଛନ୍ତ ଟିମ୍ । ଏନେଇ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି ।