ଆଇଟିଡ଼ିଏ ଯନ୍ତ୍ରୀଙ୍କ ଘରୁ ବାହାରିଲା ୨୦୦୦ ଟଙ୍କିଆ ରୂପା ନୋଟ୍ : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଖୋଳତାଡ ଜାରି

224

କନକ ବ୍ୟୁରୋ : ଆଇଟିଡ଼ିଏ ଯନ୍ତ୍ରୀ ସନ୍ତୋଷ କୁମାର ଦାସଙ୍କ ଘରେ ଭିଜିଲାନ୍ସ ଚଢଉ ଜାରି ରହିଛି । ଏହି ଚଢଉ ସମୟରେ ଯନ୍ତ୍ରୀଙ୍କ ଘରୁ ୨ହଜାର ଟଙ୍କିଆ ରୁପା ନୋଟ ଜବତ ହୋଇଛି । ଆଇଟିଡିଏ ଯନ୍ତ୍ରୀ ସନ୍ତୋଷ କୁମାର ଦାସଙ୍କ ସମ୍ପତି ଦେଖି ଭିଜିଲାନ୍ସ ଅଧିକାରୀ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ସନ୍ତୋଷଙ୍କ ବିଭିନ୍ନ ଠିକଣାରୁ ଏପର୍ଯ୍ୟନ୍ତ ଠାବ ହେଲାଣି ନଗଦ ୪୧ ଲକ୍ଷରୁ ଅଧିକ ଟଙ୍କା । ୬୫୯ ଗ୍ରାମ ସୁନା, ଭୁବନେଶ୍ୱର ବରଗଡରେ ୪ ମହଲା ବିଶିଷ୍ଟ ଘର, ଶୈଳଶ୍ରୀ ବିହାରରେ ଫ୍ଲାଟ୍, କଳିଙ୍ଗବିହାରରେ ନିର୍ମାଣାଧିନ ଘର ଠାବ ହୋଇଛି ।

ବାଲେଶ୍ୱରରେ  ଗୋଟିଏ ୪ମହଲା କୋଠା ଓ ତିନୋଟି ପ୍ଲଟ ଠାବ ହୋଇଛି । ଗତକାଲି ସନ୍ତୋଷଙ୍କ ୧୧ଟି ଠିକଣାରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ଦ୍ୱିତୀୟ ଦିନରେ ଭୁବନେଶ୍ୱରର ବରଗଡ ଅଂଚଳରେ ଥିବା ୪ମହଲା କୋଠାରେ ଚଢ଼ାଉ ଜାରି ରହିଛି । ତେବେ ପ୍ରଶ୍ନ ଉଠୁଛୁ ଆଇଟିଏ ଯନ୍ତ୍ରୀ ସନ୍ତୋଷ କୁମାର ଏତେ ଟଙ୍କା କେଉଁଠୁ ଆଣିଲେ । ଜଣେ ସାଧାରଣ ଲୋକ ଜୀବନ ସାରା ପରିଶ୍ରମ କରି ଘର ଖଣ୍ଡିଏ କରିବା ପାଇଁ ନାକେଦମ ହେଉଥିବାବେଳେ ସନ୍ତୋଷ କେମିତି ଏତେ ବଡ ବଡ କାଠା କଲେ ।