କନକ ବ୍ୟୁରୋ : ଆଇଟିଡ଼ିଏ ଯନ୍ତ୍ରୀ ସନ୍ତୋଷ କୁମାର ଦାସଙ୍କ ଘରେ ଭିଜିଲାନ୍ସ ଚଢଉ ଜାରି ରହିଛି । ଏହି ଚଢଉ ସମୟରେ ଯନ୍ତ୍ରୀଙ୍କ ଘରୁ ୨ହଜାର ଟଙ୍କିଆ ରୁପା ନୋଟ ଜବତ ହୋଇଛି । ଆଇଟିଡିଏ ଯନ୍ତ୍ରୀ ସନ୍ତୋଷ କୁମାର ଦାସଙ୍କ ସମ୍ପତି ଦେଖି ଭିଜିଲାନ୍ସ ଅଧିକାରୀ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ସନ୍ତୋଷଙ୍କ ବିଭିନ୍ନ ଠିକଣାରୁ ଏପର୍ଯ୍ୟନ୍ତ ଠାବ ହେଲାଣି ନଗଦ ୪୧ ଲକ୍ଷରୁ ଅଧିକ ଟଙ୍କା । ୬୫୯ ଗ୍ରାମ ସୁନା, ଭୁବନେଶ୍ୱର ବରଗଡରେ ୪ ମହଲା ବିଶିଷ୍ଟ ଘର, ଶୈଳଶ୍ରୀ ବିହାରରେ ଫ୍ଲାଟ୍, କଳିଙ୍ଗବିହାରରେ ନିର୍ମାଣାଧିନ ଘର ଠାବ ହୋଇଛି ।
ବାଲେଶ୍ୱରରେ ଗୋଟିଏ ୪ମହଲା କୋଠା ଓ ତିନୋଟି ପ୍ଲଟ ଠାବ ହୋଇଛି । ଗତକାଲି ସନ୍ତୋଷଙ୍କ ୧୧ଟି ଠିକଣାରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ଦ୍ୱିତୀୟ ଦିନରେ ଭୁବନେଶ୍ୱରର ବରଗଡ ଅଂଚଳରେ ଥିବା ୪ମହଲା କୋଠାରେ ଚଢ଼ାଉ ଜାରି ରହିଛି । ତେବେ ପ୍ରଶ୍ନ ଉଠୁଛୁ ଆଇଟିଏ ଯନ୍ତ୍ରୀ ସନ୍ତୋଷ କୁମାର ଏତେ ଟଙ୍କା କେଉଁଠୁ ଆଣିଲେ । ଜଣେ ସାଧାରଣ ଲୋକ ଜୀବନ ସାରା ପରିଶ୍ରମ କରି ଘର ଖଣ୍ଡିଏ କରିବା ପାଇଁ ନାକେଦମ ହେଉଥିବାବେଳେ ସନ୍ତୋଷ କେମିତି ଏତେ ବଡ ବଡ କାଠା କଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/11/37-20.jpg)