ଭିଜିଲାନ୍ସ ଜାଲରେ ବଡତରା ପିଏଚସି ଫାର୍ମାସିଷ୍ଟ

29

କଲ୍ୟାଣିସିଂହପୁର ବଡ଼ତରାର ପିଏଚ୍ସି ଫାର୍ମାସିଷ୍ଟ୍ ଆଶୋକ ପାତ୍ରଙ୍କ ଘରେ ଭିଜିଲାନ୍ସ ଚଢାଉ । ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଏହି ଚଢାଉ କରାଯାଉଛି । ଅଶୋକଙ୍କ ୨ଟି ଘର ସମେତ ୩ଟି ସ୍ଥାନରେ ଚଢାଉ ହୋଇଛି । କଲ୍ୟାଣସିଂହପୁର ଓ ରାୟଗଡା ଘରେ ମଧ୍ୟ ଛାପା ମାରିଛି ଭିଜିଲାନ୍ସ । ଅନ୍ୟପଟେ ଅଶୋକଙ୍କର ଲୁଗା ଦୋକାନ ଓ ହାର୍ଡୱାର ଦୋକାନରେ ବି ରେଡ୍ କରାଯାଇଛି ।