ପୋଲିସ ହାଉସିଂ କର୍ପୋରେସନର ଡ଼େପୁଟି ମ୍ୟାନେଜରଙ୍କ ଘରେ ଭିଜିଲାନ୍ସ ରେଡ । ସାମ୍ନାକୁ ଆସିଲା ତାଜୁବ କଲା ଭଳି ସମ୍ପତ୍ତି ତାଲିକା

ଚଢାଉବେଳେ ଫୋପାଡ଼ିଦେଲେ ୨୦ ଲକ୍ଷ ଟଙ୍କା

144

କନକ ବ୍ୟୁରୋ: କୁବେର ସରକାରୀ ବାବୁଙ୍କର କୋଟି କୋଟି ଟଙ୍କାର ସମ୍ପତ୍ତି ଉପରେ ଯେତେବେଳେ ଭିଜିଲାନ୍ସ ଅଧିକାରୀ ଚଢ଼ାଉ କରିଥିଲେ, ସେତେବେଳେ ଠାବ ହୋଇଥିବା ସମ୍ପତ୍ତିକୁ ଦେଖି ସେମାନଙ୍କ ଆଖି ଖୋସି ହୋଇଯାଇଥିଲା । ୨୦ ଲକ୍ଷ ଟଙ୍କାର ନଗଦ ଭର୍ତ୍ତି ବ୍ୟାଗକୁ ଫିଙ୍ଗି ଦେଇଥିଲେ ଏହି ଅଧିକାରୀ । ଅସତ ଉପାୟରେ ଅର୍ଜନ ହୋଇଥିବା ଏହି ପାପ ଟଙ୍କାରେ କିଣା ଯାଇଥିଲା ୨୫ଟି ପ୍ଲଟ ଓ ତିଆରି ହୋଇଥିଲା ବଡ଼ ବଡ଼ କୋଠା । ତେବେ ବାବୁଙ୍କର ଆୟ କେତେ ଓ ସମ୍ପତ୍ତି କେତେ, ସେସବୁର ଖୋଳତାଡ଼ କରୁଛି ଭିଜିଲାନ୍ସ ।

ଓଡିଶା ପୁଲସି ହାଉସିଂ କର୍ପୋରେସନର ଡେପୁଟି ମ୍ୟାନେଜର ହେଉଛନ୍ତି ପ୍ରତାପ ସାମଲ । ଏହି କୁବେର ସରକାରୀ ବାବୁଙ୍କ ପାଖରେ ଥିଲା କୋଟି କୋଟି ଟଙ୍କାର ସମ୍ପତ୍ତି । ଲକ୍ଷ ଲକ୍ଷ ଟଙ୍କାର ନଗଦ ଟଙ୍କା ମଧ୍ୟ ଥିଲା ତାଙ୍କ ପାଖରେ । ଏହି ସରକାରୀ ବାବୁଙ୍କ ସମ୍ପତିର ହିସାବ ଶୁଣିଲେ ଆପଣ ବି ତାଜୁବ ହୋଇଯିବେ । ଯେଉଁ କାରଣରୁ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରତାପଙ୍କ ନୟାପଲ୍ଲୀ ଘର ସମେତ ବିଭିନ୍ନ ସ୍ଥାନ ଓ ସହଯୋଗୀଙ୍କ ଉପରେ ହୋଇଥିଲା ମାରାଥନ୍ ରେଡ୍ ଆଉ ଚଢାଉ ବେଳେ ସମ୍ପତ୍ତିିର ତାଲିକା ହୋସ୍ ଉଡାଇ ଦେବା ଭଳି ।

ଖାଲି ସେତିକି ନୁହେଁ, ମଙ୍ଗଳବାର ସକାଳୁ ଯେତେବେଳେ ଭିଜିଲାନ୍ସ ଅଧିକାରୀ ରେଡ୍ କରିବାକୁ ସରକାରୀ ବାବୁଙ୍କ ଘରେ ପହଁଚିଥିଲେ, ସେତେବେଳେ ହଡବଡେଇ ଯାଇ ଟଙ୍କା ଭର୍ତ୍ତି ବ୍ୟାଗକୁ ପଡୋଶୀଙ୍କ ଛାତକୁ ଫିଙ୍ଗି ଦେଇଥିଲେ ସରକାରୀ ବାବୁ ଜଣକ । ଅସତ୍ ଉପାୟରେ ଅର୍ଜନ କରାଯାଇଥିବା ଏହି ଅର୍ଥର ପରିମାଣ ଥିଲା ପ୍ରାୟ ୨୦ ଲକ୍ଷ । ତେବେ ଚଢାଉ ବେଳେ ଯାହା ମିଳିଛି, ଜଣେ ସରକାରୀ ଅଧିକାରୀ କିଭଳି ଏତେ ସମ୍ପତିର ମାଲିକ ହେଲେ ସେ ଉପରେ ନିଶ୍ଚିତ ଭାବେ ପ୍ରଶ୍ନ ଉଠିବ…

  • ପ୍ରତାପଙ୍କ ଭୁବନେଶ୍ୱର ଓ ଖୋର୍ଦ୍ଧାରେ ୧୭ଟି ପ୍ଲଟ ଓ ୨ଟି କୋଠା ଅଛି
  • ଭଦ୍ରକ ବାସୁଦେବପୁରରେ ୫ଟି ପ୍ଲଟ ଓ ଗୋଟିଏ ଜି ପ୍ଲସ ଥ୍ରୀ ବିଲଡିଂ ରହିଛି
  • ଭୁବନେଶ୍ୱର ଗୋଠପାଟଣାରେ ଥିବା ୫ ମହଲା ଘର ପ୍ରତାପଙ୍କ ପତ୍ନୀ ସସ୍ମିତା ସାମଲଙ୍କ ନାଁରେ ରହିଛି
  • ୨୦ ହଜାର ୩୫୦ ସ୍କୋୟାରଫୁଟରେ ଏହି ୫ ମହଲା କୋଠା ତିଆରି ହୋଇଛି
  • ଏହି କୋଠାର ମୁଲ୍ୟ ୩ କୋଟି ୨୫ ଲକ୍ଷ ୬୦ ହଜାର ଟଙ୍କା
  • ଜମି ସହିତ ବିଲ୍ଡିଂର ମୂଲ୍ୟ ୩ କୋଟି ୮୯ ଲକ୍ଷ ୬୦ ହଜାର ଟଙ୍କା

ଭିଜିଲାନ୍ସ ଚଢାଉ ବେଳେ ପ୍ରତାପଙ୍କ ଘରୁ ୩୮ ଲକ୍ଷ ୧୨ ହଜାର ୯୦୦ ନଗଦ ଟଙ୍କା ଜବତ ହୋଇଛି । ସେହିପରି ବାସୁଦେବପୁରରେ ପ୍ରତାପ ସାମଲଙ୍କର ୨୦ ହଜାର ସ୍କୋୟାର ଫୁଟରେ ଘର ରହିଛି । ଯାହାର ମୂଲ୍ୟ ୨୦୧୧ ମସିହା ଅନୁସାରେ ୧ କୋଟି ୫୧ ଲକ୍ଷ ଟଙ୍କା ଥିଲା ।

ଏତେ ପରିମାଣର ସମ୍ପତ୍ତିିର ମାଲିକ କିଭଳି ହେଲେ ପ୍ରତାପ? ସାଧାରଣତଃ ପୋଲିସ ଥାନା, ଫାଣ୍ଡି, ଏସପି ଅଫିସ ଓ ପୁଲିସ ପ୍ରତିଷ୍ଠାନର ବିଭିନ୍ନ କୋଠା ନିର୍ମାଣ ପୁଲସି ହାଉସିଂ କର୍ପୋରେସନ କରିଥାଏ । ତେଣୁ ଏହି ସବୁ କାମରେ କୋଟି କୋଟି ଟଙ୍କାର ହେରଫେର ହୋଇଥିବା ଅନୁମାନ କରାଯାଉଛି । ଏଠାରେ ପ୍ରଶ୍ନ ଉଠୁଛି…

  • କେଉଁଠୁ କେଉଁଠୁ ଅନୈତିକ ଉପାୟରେ ଟଙ୍କା ଠୁଳ କରିଛନ୍ତି ପ୍ରତାପ ସାମଲ ?
  • ନିମ୍ନମାନର କାମ କରି କୋଟି କୋଟି ଟଙ୍କାର ସମ୍ପତ୍ତି ଠୁଳ କରିଛନ୍ତି କି?
  • ପ୍ରତାପଙ୍କ ସମୟରେ ଯେଉଁ ନିର୍ମାଣ ହୋଇଛି, ସେଥିରେ କେତେ ଟଙ୍କାର ଦୁର୍ନୀତି ହୋଇଛି ?
  • ଥାନା ତିଆରି ନାଁରେ କେତେ ଟଙ୍କା ଠକିଛନ୍ତି ଏହି କୁବେର ଅଧିକାରୀ?
  • ପ୍ରତାପ ସାମଲଙ୍କ ସହ ଆଉ କିଏ କିଏ ଦୁର୍ନୀତିରେ ସାମିଲ ଅଛନ୍ତି ?

ଭୁବନେଶ୍ୱରରେ ରହି କିଭଳି ଜଣେ ସରକାରୀ ଅଧିକାରୀ ଏକାଧିକ ପ୍ଲଟ, କୋଠା, ସମ୍ପତ୍ତିି ଠୁଳ କରିଥିଲେ ? ଆଉ କିଭଳି ଦୀର୍ଘ ବର୍ଷ ଧରି ଭିଜିଲାନଓ ଜାଲରୁ ବଞ୍ଚିରହିଥିଲେ, ତାକୁ ନେଇ ଏବେ ପ୍ରଶ୍ନ ଉଠିଛି । ପ୍ରତାପଙ୍କ ଗଡଫାଦର୍ କିଏ ଏହି ଡିପାର୍ଟମେଣ୍ଟରେ ଅଛନ୍ତି କି, ଯିଏ ତାଙ୍କୁ ସୁôରକ୍ଷା ଦେଇ ଆସୁଥିଲେ?