କନକ ବ୍ୟୁରୋ: ଭିଜିଲାନ୍ସ ଜାଲରେ ସବ୍-ରେଜିଷ୍ଟ୍ରାର । ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ନୟାଗଡ଼ ସବ୍ ରେଜିଷ୍ଟ୍ରାର ଶାଶ୍ୱତ୍ କୁମାର ପଟ୍ଟନାୟକଙ୍କ ଘରେ ଚଢ଼ାଉ କରୁଛି ଭିଜିଲାନ୍ସ । ଏହି ଚଢ଼ଉରେ ୮ଜଣ ଡିଏସପି, ୬ଜଣ ଇନ୍ସିପେକ୍ଟର ଏବଂ ଅନ୍ୟ ଅଧିକାରୀ ମାନେ ସାମିଲ ହୋଇଛନ୍ତି । ନୟାଗଡ଼ ଓ କେନ୍ଦ୍ରାପଡ଼ା ସମେତ ଏକକାଳୀନ ୬ସ୍ଥାନରେ ରେଡ଼ କରୁଛି ଭିଜିଲାନ୍ସ । କେନ୍ଦ୍ରାପଡ଼ାର ୪ଟି ଓ ନୟାଗଡ଼ର ୨ ସ୍ଥାନରେ ଚଢା଼ଉ କରାଯାଉଛି । କେନ୍ଦ୍ରାପଡ଼ା ସ୍ଥିତ ପୈତୃକ ଘର ଓ ସମ୍ପର୍କୀୟଙ୍କ ଘରେ ରେଡ କରୁଛି ଭିଜିଲାନ୍ସ । ସେହିପରି ନୟାଗଡ଼ ସ୍ଥିତ ଭଡ଼ାଘର ଓ ଅଫିସରେ ଭିଜିଲାନ୍ସ ଯାଞ୍ଚ ଜାରି ରହିଛି ।
ଭିଜିଲାନ୍ସ ଜାଲରେ ସବ୍-ରେଜିଷ୍ଟ୍ରାର । ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ । ନୟାଗଡ଼ ଓ କେନ୍ଦ୍ରାପଡ଼ା ସମେତ ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ
/kanak/media/post_attachments/wp-content/uploads/2023/12/13-11.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)