ଓଡ଼ିଶା ଷ୍ଟାଫ ସିଲେକ୍ସନ କମିସନଙ୍କ ପିଏସଙ୍କ ଘରେ ଭିଜିଲାନ୍ସ ଚଢ଼ାଉ : ରେଡ ସମୟରେ ପୁଳା ପୁଳା ଟଙ୍କା ଜବତ କଲା ଭିଜିଲାନ୍ସ ଟିମ୍

Advertisment
ଓଡ଼ିଶା ଷ୍ଟାଫ ସିଲେକ୍ସନ କମିସନଙ୍କ ପିଏସଙ୍କ ଘରେ ଭିଜିଲାନ୍ସ ଚଢ଼ାଉ : ରେଡ ସମୟରେ ପୁଳା ପୁଳା ଟଙ୍କା ଜବତ କଲା ଭିଜିଲାନ୍ସ ଟିମ୍

କନକ ବ୍ୟୁରୋ : ଓଡ଼ିଶା ଷ୍ଟାଫ ସିଲେକ୍ସନ କମିସନଙ୍କ ପିଏସଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ପିଏସ୍ ବିରଂଚି ନାରାୟଣ ସାହୁଙ୍କ ଘରେ ରେଡ ସମୟରେ ପୁଳା ପୁଳା ଟଙ୍କା ଜବତ କଲା ଭିଜିଲାନ୍ସ ଟିମ୍ । ଏକକାଳୀନ ଭୁବନେଶ୍ୱର ଓ କଟକର ୬ଟି ସ୍ଥାନରେ ଚାଲିଛି ରେଡ । ୨ଟି ଦୁଇ ମହଲା ବିଶିଷ୍ଟ କୋଠା, ୯ଟି ପ୍ଲଟ ଥିବା ସୂଚନା ରହିଛି ।

ଏହା ସହ ସମ୍ପର୍କୀୟଙ୍କ ଘରୁ ଜବତ ହୋଇଛି ୧୩ ଲକ୍ଷ ଟଙ୍କା । ବିରଂଚିଙ୍କ ବିରୋଧରେ ଆୟବର୍ହିଭୂତ ସମ୍ପତି ଠୁଳ କରିବା ଅଭିଯୋଗ ରହିଥିଲା । ସବୁଠାରୁ ବଡ କଥା ହେଉଛି, ଏପର୍ଯ୍ୟନ୍ତ ବିପୁଳ ପରିମାରଣର ଟଙ୍କା ସହ ସୁନା ଅଳଙ୍କାର ମିଳିଲାଣି । ଟଙ୍କା ଗଣି ଗଣି ହାଲିଆ ହେଲେଣି ଭିଜିଲାନ୍ସ ଅଧିକାରୀ । ଚଢାଉ ବେଳେ ପଛପଟକୁ ଟଙ୍କା ଓ ଗହଣା ଫୋପାଡିବାକୁ ଉଦ୍ୟମ କରାଯାଇଥିବା ମଧ୍ୟ ସୂଚନା ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe