କନକ ବ୍ୟୁରୋ : ଓଡ଼ିଶା ଷ୍ଟାଫ ସିଲେକ୍ସନ କମିସନଙ୍କ ପିଏସଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ପିଏସ୍ ବିରଂଚି ନାରାୟଣ ସାହୁଙ୍କ ଘରେ ରେଡ ସମୟରେ ପୁଳା ପୁଳା ଟଙ୍କା ଜବତ କଲା ଭିଜିଲାନ୍ସ ଟିମ୍ । ଏକକାଳୀନ ଭୁବନେଶ୍ୱର ଓ କଟକର ୬ଟି ସ୍ଥାନରେ ଚାଲିଛି ରେଡ । ୨ଟି ଦୁଇ ମହଲା ବିଶିଷ୍ଟ କୋଠା, ୯ଟି ପ୍ଲଟ ଥିବା ସୂଚନା ରହିଛି ।
ଏହା ସହ ସମ୍ପର୍କୀୟଙ୍କ ଘରୁ ଜବତ ହୋଇଛି ୧୩ ଲକ୍ଷ ଟଙ୍କା । ବିରଂଚିଙ୍କ ବିରୋଧରେ ଆୟବର୍ହିଭୂତ ସମ୍ପତି ଠୁଳ କରିବା ଅଭିଯୋଗ ରହିଥିଲା । ସବୁଠାରୁ ବଡ କଥା ହେଉଛି, ଏପର୍ଯ୍ୟନ୍ତ ବିପୁଳ ପରିମାରଣର ଟଙ୍କା ସହ ସୁନା ଅଳଙ୍କାର ମିଳିଲାଣି । ଟଙ୍କା ଗଣି ଗଣି ହାଲିଆ ହେଲେଣି ଭିଜିଲାନ୍ସ ଅଧିକାରୀ । ଚଢାଉ ବେଳେ ପଛପଟକୁ ଟଙ୍କା ଓ ଗହଣା ଫୋପାଡିବାକୁ ଉଦ୍ୟମ କରାଯାଇଥିବା ମଧ୍ୟ ସୂଚନା ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/07/30-17.jpg)