କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ଓଡ଼ିଶା ପୋଲିସ ହାଉସିଂ କର୍ପୋରେସନର ଡେପୁଟୀ ମ୍ୟାନେଜର । ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ପ୍ରତାପ କୁମାର ସାମଲଙ୍କ ଘରେ ରେଡ୍ କରୁଛି ଭିଜିଲାନ୍ସ । ଭିଜିଲାନ୍ସ ଚଢ଼ାଉ ବେଳେ ଛାତ ଉପରୁ ବାହାରକୁ ବିଡ଼ା ବିଡ଼ା ଟଙ୍କା ଫିଙ୍ଗିଦେଇଥିବା କୁହାଯାଉଛି । ଚଢାଉ ବେଳେ ପ୍ରତାପଙ୍କ ଘରୁ ନଗଦ ୩୮ ଲକ୍ଷ ଟଙ୍କା ଜବତ କରାଯାଇଛି । ଭିଜିଲାନ୍ସ ଚଢାଉ ଖବର ଶୁଣିବା ମାତ୍ରେ କୋଟିପତି ବାବୁ ପ୍ରଥମେ ୨୦ ଲକ୍ଷ ଟଙ୍କାର ବିଡା ବିଡା ନୋଟ ଏକ ପେଟିରେ ଭର୍ତ୍ତି କରି ପାଖ ଘର ଛାତକୁ ପକାଇ ଦେଇଥିଲେ । ଯାହାକୁ ଜବତ କରିଛି ଭିଜିଲାନ୍ସ । ସେହିଭଳି ପ୍ରତାପଙ୍କ ଘରୁ ଏଯାବତ ୧୮ ଲକ୍ଷ ଟଙ୍କା ଜବତ କରାଯାଇଛି ।

Advertisment

ଭୁବନେଶ୍ୱର, ବାଲେଶ୍ୱର, ଭଦ୍ରକର ଟି ସ୍ଥାନରେ ରେଡ୍ କରାଯାଉଛି । ଅଫିସ୍ ଓ ଘର ସମେତ ୧୦ଟି ସ୍ଥାନରେ ଏକକାଳୀନ ରେଡ୍ କରୁଛନ୍ତି ଭିଜିଲାନ୍ସ ଅଧିକାରୀ । ପ୍ରତାପ ସାମଲଙ୍କ ଅଫିସ୍, ଭୁବନେଶ୍ୱର ଆଇଆରସି ଭିଲେଜରେ ଥିବା ୩ ମହଲା କୋଠା, ଜୟଦେବ ବିହାରରେ ଥିବା ୬ ମହଲା କୋଠା, ଖଣ୍ଡଗିରିରେ ଥିବା ଘରେ ରେଡ୍ କରାଯାଇଛି । ଭଦ୍ରକ ବାସୁଦେବପୁରରେ ଥିବା ତିନି ମହଲା ବିଲଡିଂ, ବାଲେଶ୍ୱର ସିମୁଳିଆରେ ଥିବା ପୈତୃକ ଘର, ସିମୁଳିଆରେ ଥିବା ସମ୍ପର୍କୀୟଙ୍କ ଘରେ ଚଢାଉ କରାଯାଉଛି । ଭଦ୍ରକ ଅନନ୍ୟା ଟାୱାରରେ ଥିବା ସହଯୋଗୀଙ୍କ ଘରେ ମଧ୍ୟ ରେଡ୍ କରୁଛି ଭିଜିଲାନ୍ସ ।

ଚଢାଉ ବେଳେ ଭୁବନେଶ୍ୱର ଗୋଠପାଟଣାରେ ତାଙ୍କର ଏକ ପାଂଚ ମହଲା କୋଠା ଏବଂ ନୟାପଲ୍ଲୀ ଆଇଆରସି ଭିଲେଜରେ ୪ ମହଲା କୋଠା ଥିବା ଜଣାପଡ଼ିଛି । ଚଢାଉରେ ଭିଜିଲାନ୍ସର ଜଣେ ଅତିରିକ୍ତ ଏସପି, ୫ ଜଣ ଡିଏସ୍ପି ଓ ୭ ଜଣ ଇନ୍ସପେକ୍ଟର ସାମିଲ ହୋଇଛନ୍ତି ।