କୋଟିପତି ଶିକ୍ଷକଙ୍କ ଘରେ ଭିଜିଲାନ୍ସ ରେଡ୍ : ପାରଳାଖେମୁଣ୍ଡି ସମେତ ଏକକାଳୀନ ୧୧ଟି ସ୍ଥାନରେ ଚଢାଉ

978

କନକ ବ୍ୟୁରୋ : କୋଟିପତି ଶିକ୍ଷକଙ୍କ ଘରେ ଭିଜିଲାନ୍ସର ଚଢ଼ାଉ । ଆୟବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ରେଡ । ବିପୁଳ ପରିମାଣର ଟଙ୍କା ସହ ବିଦେଶୀ ମୁଦ୍ରାର ଶିକ୍ଷକଙ୍କ ଘରୁ ଜବତ କରିଛି ଭିଜିଲାନ୍ସ । ପାରଳାଖେମୁଣ୍ଡି ଏରଦଳାସାହିରେ ଥିବା ଏକ ସରକାରୀ ବିଦ୍ୟାଳୟର ସହକାରୀ ଶିକ୍ଷକ ଦୁଷ୍ମନ୍ତ ନାୟକଙ୍କ ବାସଭବନରେ ଚାଲିଛି ଭିଜିଲାନ୍ସ ଚଢ଼ାଉ । ନିଜ ବାସଭବନ ସମେତ ଅନ୍ୟ ୧୧ଟି ସ୍ଥାନରେ ଚାଲିଛି ଚଢ଼ାଉ । ତଦନ୍ତ ଚାଲିଥିବା ବେଳେ ଏଯାଏଁ ୧୬ଟି ଘରର ଦସ୍ତାବିଜ, ୬ଟି ପ୍ଲଟର ହିସାବ ଚାଲିଛି । ଏଥିସହ ୪୦ରୁ ଅଧିକ ଘର ଥିବା ଜଣାପଡ଼ିଛି ।

ସେପଟେ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଆୟବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ରେଡ଼ କରୁଛି ଭିଜିଲାନ୍ସ । ସୁନ୍ଦରଗଡ଼ ଜନସ୍ୱାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ ନାରାୟଣ ପ୍ରଧାନଙ୍କ ଘରେ ଭିଜିଲାନ୍ସ ବିଭାଗର ଚଢ଼ାଉ ଜାରି ରଖିଛି । ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସର ୪୦ ଜଣିଆ ଟିମ୍ । ନାରାୟଣ ପ୍ରଧାନଙ୍କ ସରକାରୀ ବାସଭବନ ସହ ଅଫିସ, ଦେଓଗଡ଼ କେନ୍ଦୁହାଟରେ ଥିବା ଫାର୍ମ ହାଉସ, ଶଶୁର ଘର ଅନୁଗୁଳ ଟାଉନ, ଦେଓଗଡ଼ ଭାଇ ଘର,ରିଆମାଲ ଦେଓଗଡ଼ର ପୈତୃକ ଘରରେ ଏକକାଳୀନ ଚଢ଼ାଉ ଚାଲିଛି । ଏହି ସହକାରୀ ଯନ୍ତ୍ରୀଙ୍କ କେନ୍ଦୁଘାଟ ଦେଓଗଡ଼ରେ ୧୬ ଏକର ଜମିରେ ଫାର୍ମ ହାଉସ, ସମ୍ବଲପୁରରେ ୨୫ ଲକ୍ଷ ଟଙ୍କାର ଜମି, ଭୁବନେଶ୍ୱର ଜଟଣୀରେ ଜମି ଏବଂ ଦେବଗଡ଼ ବୁରଡ଼ାରେ ଅନେକ ଜମି ରହିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।