କୋଟିପତି ହିନ୍ଦୀ ଶିକ୍ଷକ । ସମ୍ପତ୍ତି ଟପିଲା ୪.୯୩ କୋଟି ଟଙ୍କା , ଆୟ ବହିର୍ଭୁତ ସମ୍ପତ୍ତିଠୁଳ ଅଭିଯୋଗରେ ବାସଭବନ ସହ ୧୦ ସ୍ଥାନରେ ଚଢାଉ କଲା ଭିଜିଲାନ୍ସ

385

କନକ ବ୍ୟୁରୋ : ଶିକ୍ଷକଙ୍କ ସମ୍ପତି ଟପିଲା ୪.୯୩ କୋଟି । ଆୟ ବହିର୍ଭୂତ ସମ୍ପତି ମାମଲାରେ ଫସିଲେ ଗଂଜାମ ଜିଲ୍ଲା ଯଶୋଦା ହାଇସ୍କୁଲର ହିନ୍ଦୀ ଶିକ୍ଷକ ଭରବଙ୍କନନ୍ଦ ସାହୁ । ତାଙ୍କ ବାସଭବନ ସମେତ ୧୦ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ । ପ୍ରାରମ୍ଭିକ ଆକଳନ ଅନୁଯାୟୀ ଶିକ୍ଷକଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତିର ମୂଲ୍ୟ ହେଉଛି ୪କୋଟି ୯୩ ଲକ୍ଷ ୯୭ ହଜାର ୨୪୪ ଟଙ୍କା । ବ୍ରହ୍ମପୁର ବ୍ରହ୍ମାନଗର ଠାରେ ୫ ମହଲା କୋଠା ମୂଲ୍ୟ ୧କୋଟି ୮୬ ଲକ୍ଷ ୬୩ ହଜାର ୧୬୫ ଟଙ୍କା ଥିବା ଆକଳନ କରାଯାଇଛି ।

ବୈକୁଣ୍ଠନଗର ଦ୍ୱିତୀୟ ଲେନ ସ୍ଥିତ ୩ ମହଲା କୋଠାର ମୂଲ୍ୟ ୧ କୋଟି ୧୨ ଲକ୍ଷ ଟଙ୍କା ଆକଳନ କରାଯାଇଛି । ଏହି କୋଠାଟି ଶିକ୍ଷକଙ୍କ ପତ୍ନୀଙ୍କ ନାମରେ ରହିଛି । ସେହିପରି ବ୍ରହ୍ମପୁର ସହରର ବିଭିନ୍ନ ସ୍ଥାନରେ ୧୦ଟି ପ୍ଳଟ ଥିବା ବେଳେ ଗୋପଳପୁର, ଭୁବନେଶ୍ୱର, ପୁରୀ, ସମେତ ଏକାଧିକ ସ୍ଥାନରେ ରହିଛି ପ୍ଲଟ । ବହ୍ମପୁର ଭିଜିଲାନ୍ସ ଡିଭିଜନର ୧୦ଟି ଟିମ୍ର ପ୍ରାୟ ୫୦ ଜଣ ଅଫିସର ଓ କର୍ମଚାରୀ ଏହି ଚଢ଼ାଉରେ ସାମିଲ ହୋଇଥିଲେ । ଭିଜିଲାନ୍ସ ଏସ୍ପି ଅନୀଲ ପାତ୍ରଙ୍କ ପ୍ରତ୍ୟତତ୍ୱାବଧାନରେ ଏହି ଚଢ଼ଉ କରାଯାଇଛି ।