କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ନୂଆପଡା ଯୋଗାଣ ବିଭାଗର ଜୁନିଅର ଆକାଉଣ୍ଟାଟ ତାରାଚାନ୍ଦ ପଣ୍ଡା । ୨ ଲକ୍ଷ ୧୬ ହଜାର ଟଙ୍କା ନେଇ ଯାଉଥିବା ବେଳେ ତାରାଚନ୍ଦଙ୍କୁ ଧରିଛି ଭିଜିଲାନ୍ସ ଟିମ୍ ।
ଆଜି ଅପରାହ୍ନରେ ତାରାଚାନ୍ଦ ଏକ ବ୍ୟାଗ ଧରି ରାସ୍ତାରେ ଚାଲି ଚାଲି ଯାଉଥିଲେ । ଏହି ସମୟରେ ଜିଲ୍ଲାପାଳଙ୍କ ଘର ସମ୍ମୁଖରେ ଭିଜିଲାନ୍ସ ତାଙ୍କୁ ଅଟକାଇ ବ୍ୟାଗର ତଲାସି ନେଇଥିଲେ । ଏହା ପରେ ବ୍ୟାଗରୁ ୨ ଲକ୍ଷ ୧୬ ହଜାର ମିଳିଥିଲା । ପରେ ତାଙ୍କୁ ପଚରାଉଚରା କରିବାକୁ କିଛି ସନ୍ତୋଷଜନକ ଉତର ମିଳିନଥିଲା । ଏହା ପରେ ନୂଆପଡାସ୍ଥିତ ଭଡାଘରେ ଭିଜିଲାନ୍ସ ଚଢାଉ କରିଛି । ଏହଛଡା ବ୍ରହ୍ମପୁରସ୍ଥିତ ପୈତୃକ ଘର ଓ ଜୟପୁର ଘରେ ମଧ୍ୟ ରେଡ ଚାଲିଛି ।