ଭିଜିଲାନ୍ସ ଜାଲରେ କୋଟିପତି ଅଙ୍ଗନବାଡି ଦିଦି । ଭୁବନେଶ୍ୱରେ ରହିଛି ବିଶାଳ କୋଠା ।

531

କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ କୋଟିପତି ଅଙ୍ଗନବାଡି ଦିଦି । ଭୁବନେଶ୍ୱର କୋରଡକଣ୍ଟାର ଅଙ୍ଗନବାଡି ଦିଦିଙ୍କ ଘରେ ରେଡ କରିଛି ଭିଜିଲାନ୍ସ । ଅଙ୍ଗନବାଡି କର୍ମୀ କବିତା ମାଥନଙ୍କ ଘରେ ଭିଜିଲାନ୍ସର ଚଢାଉ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକାସଙ୍ଗରେ ୬ଟି ସ୍ଥାନରେ ରେଡ କରିଛି ଭିଜିଲାନ୍ସ । ଭୁବନେଶ୍ୱର କେଶୁରା ଓ ଝାରପଡାରେ ଏକାଧିକ ବହୁତଳ କୋଠା ଠାବ କରିଛି ଭିଜିଲାନ୍ସ ।

କୋଟିପତି ଅଙ୍ଗନବାଡି ଦିଦିଙ୍କ ବିଭିନ୍ନ ବିଲ୍ଡିଂରେ ଚଢାଉ ହୋଇଥିବା ବେଳେ ପଟ୍ଟାମୁଣ୍ଡାଇସ୍ଥିତ ବାପଘର ଓ ଜଗତସିଂହପୁର ସ୍ଥିତ ବାଲିକୁଦା ଘରେ ମଧ୍ୟ ଚଢାଉ କରିଛି ଭିଜିଲାନ୍ସ । ଅଙ୍ଗନବାଡି କର୍ମୀଙ୍କ ନାଁରେ ବାରମ୍ବାର ଅଭିଯୋଗ ହୋଇଥିଲା । ଆଉ ଏହାପରେ ୱାରେଣ୍ଟ ଇସ୍ୟୁ କରାଯାଇ କବିତା ମାଥନଙ୍କ ଘରେ ଚଢାଉ କରାଯାଇଛି । ଚଢାଉ ଜାରି ରହିଥିବା ବେଳେ କେତେ ଟଙ୍କାର ସମ୍ପତ୍ତି ଜବତ ହୋଇଛି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । କିନ୍ତୁ ପ୍ରଶ୍ନ ଉଠୁଛି, ଜଣେ ଅଙ୍ଗନବାଡି କର୍ମୀଙ୍କ ପାଖରେ ଏତେ ଟଙ୍କାର ସମ୍ପତ୍ତି ଆସିଲା କେଉଁଠୁ?