କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ କଳାହାଣ୍ଡି ଜିଲ୍ଲା ଯୋଗାଣ ଅଧିକାରୀ । ଅଫିସରୁ ଭଡା ଘରକୁ ଯିବା ବେଳେ ତାଙ୍କ ଗାଡିରୁ ୧ ଲକ୍ଷ ଟଙ୍କା ୧୦ ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ ବିଭାଗ । ଗାଡିରେ ଥିବା ଟଙ୍କା ନେଇ ଭିଜିଲାନ୍ସ ଅଧିକାରୀ ପଚାରିବାରୁ କଳାହାଣ୍ଡି ଜିଲ୍ଲା ଯୋଗାଣ ଅଧିକାରୀ ଶିବପ୍ରସାଦ ଦରା ସନ୍ତୋଷ ଜନକ ଉତର ଦେଇପାରିନଥିଲେ । ଏହାପରେ ଭିଜିଲାନ୍ସ ଅଧିକାରୀ ତାଙ୍କୁ ଅଟକ ରଖି ପଚରା ଉଚରା କରୁଛନ୍ତି ।
ଲକ୍ଷାଧିକ ଟଙ୍କା କାହାର? ଯୋଗାଣ ଅଧିକାରୀଙ୍କ ପାଖକୁ ଏତେ ଟଙ୍କା କେଉଁଠୁ ଆସିଲା? ଯଦି ଟଙ୍କା ଯୋଗାଣ ଅଧିକାରୀଙ୍କ ନୁହେଁ, ତେବେ ଟଙ୍କା ନେଇ ଅଫିସରୁ ଘରକୁ କାହିଁକି ଯାଉଥିଲେ? ଅଟକ ଯୋଗାଣ ଅଧିକାରୀଙ୍କୁ ପଚରା ଉଚରା କରି ଏସବୁ ପ୍ରଶ୍ନର ଉତର ଖୋଜୁଛନ୍ତି ଭିଜିଲାନ୍ସ ଅଧିକାରୀ ।
କାଲି କୌଣସି ସୂତ୍ରରୁ ଭିଜିଲାନ୍ସ ବିଭାଗ ଖବର ପାଇଥିଲା ଜିଲ୍ଲା ଯୋଗାଣ ଅଧିକାରୀ ଶିବ ପ୍ରସାଦ ଦରା ମୋଟା ଅଙ୍କର ଟଙ୍କା ନେଇ ଅଫିସ ଗାଡିରେ ହିଲଟାଉନସ୍ଥିତ ବାସଭବନକୁ ଯିବେ । ଏହାପରେ ଭିଜିଲାନ୍ସ ବିଭାଗ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ଗାଡିରୁ ଟଙ୍କା ଜବତ କରି ତାଙ୍କୁ ଅଟକ ରଖିଛନ୍ତି ।
Follow Us