ପାଲଲହଡା ଆରଡବ୍ଲୁଏସ୍ଏସ୍ ଖଲାସୀଙ୍କ ଘରେ ଭିଜିଲାନ୍ସ ଚଢାଉ

33

କନକ ବ୍ୟୁରୋ : ପାଲଲହଡା ଆରଡବ୍ଲୁଏସ୍ଏସ୍ ଖଲାସୀଙ୍କ ଘରେ ଭିଜିଲାନ୍ସ ଚଢାଉ । ଅନୁଗୁଳ ପାଲଲହଡାର ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ଖଲାସୀ ଜିତେନ୍ଦ୍ରୀୟ ପଣ୍ଡାଙ୍କ ଘରେ କାର୍ଯ୍ୟାଳୟ ସମେତ ୪ଟି ସ୍ଥାନରେ ଏକକାଳୀନ ରେଡ କରିଛି ଭିଜିଲାନ୍ସ ।

ଜିତେନ୍ଦ୍ରୀୟଙ୍କ ପାଲଲହଡା ସ୍ଥିତ ଘର, କେନ୍ଦ୍ରପଡା ରାଜକନିକାରେ ଥିବା ପୈତୃକ ଘର ସମେତ ଶ୍ୱଶୁର ଘରେ ଚଢାଉ କରିଛି ଭିଜିଲାନ୍ସ । କଟକ, ଅନୁଗୁଳ ଓ ଢେଙ୍କାନାଳ ଭିଜିଲାନ୍ସ ୩ଟି ଟିମ୍ ମିଳିତ ଭାବେ ଏହି ଚଢାଉ କରିଛି  ।