କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଜୁନାଗଡ ରେଞ୍ଜର ଲକ୍ଷ୍ମଣ ଶବର ଓ ଜଗତସିଂହପୁର ସେସୁ ଜେଇ ଦୀପ୍ତି ପ୍ରକାଶ ସ୍ୱାଇଁଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । କଳାହାଣ୍ଡି ଡିଏସପିଙ୍କ ନେତୃତ୍ୱରେ ଜୁନାଗଡ ରେଞ୍ଜ ଅଫିସ, ଲକ୍ଷ୍ମଣଙ୍କ ପୈତୃକ ଘର ଜୁନାଗଡ ବ୍ଲକର ଲଡୁଗାଁ ଓ ଶ୍ୱଶୁର ଘରେ ଏକକାଳୀନ ଚଢାଉ ଜାରି ରହିଛି ।
ସେହିଭଳି ସମାନ ଅଭିଯୋଗରେ ଜଗତସିଂହପୁର ସେସୁ-୨ ର କନିଷ୍ଠ ଯନ୍ତ୍ରୀ ଦୀପ୍ତିପ୍ରକାଶ ସ୍ୱାଇଁଙ୍କ ଘରେ ବି ରେଡ ଚାଲିଛି । ଏକକାଳୀନ ୫ ଟି ସ୍ଥାନରେ ଏହି ରେଡ୍ ଚାଲିଛି । କଟକ ଓ ଜଗତସିଂହପୁର ଭିଜିଲାନ୍ସ ମିଳିତ ଭାବେ ଏହି ଚଢାଉ କରୁଛନ୍ତି । ଚଢାଉ ବେଳେ ବହୁ ବ୍ୟାଙ୍କ ପାସବୁକ୍, କାଗଜପତ୍ର, ସୁନାଗହଣା ଓ ନଗଦ ଟଙ୍କା ଜବତ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/12/vlcsnap-2019-12-30-09h25m46s232.png)
/kanak/media/post_attachments/wp-content/uploads/2019/12/vlcsnap-2019-12-30-09h25m30s63-300x165.png)