ନବରଙ୍ଗପୁରରେ ଭିଜିଲାନ୍ସ ଜାଲରେ କୋଟିପତି ଶିକ୍ଷକ । ଘର ସମେତ ୬ଟି ସ୍ଥାନରେ ଏକକାଳୀନ ଚଢାଉ

କୋଟିପତି ବାବୁ ବ୍ରଜରାଜନଗର ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ । ଦିଲ୍ଲୀପ ପଟେଲଙ୍କ ପାଖରୁ ଏଯାଏଁ ଠାବ ହେଲାଣି ୩ କୋଟି ୩୫ ଲକ୍ଷରୁ ଅଧିକ ସଂପତି

କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ କୋଟିପତି ଶିକ୍ଷକ । ଏହି କୋଟିପତି ଶିକ୍ଷକ ଜଣକ ହେଉଛନ୍ତି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଅନ୍ତର୍ଗତ ମୁଣ୍ଡାଗଡ ଅଂଚଳର ସୁବ୍ରତ ଚୌଧୁରୀ । ଭିଜିଲାନ୍ସ ଟିମ୍ ସୁବ୍ରତଙ୍କ ଘର ସମେତ ୬ଟି ସ୍ଥାନରେ ଏକକାଳୀନ ଚଢାଉ କରିଥିଲା ।

ନବରଙ୍ଗପୁର ସହରର ଏଚଡିଏଫସି ବ୍ୟାଙ୍କ ନିକଟରେ ଥିବା ୪ ତାଲା କୋଠା, ଆରକେ କଲୋନୀରେ ଥିବା ବାସଭବନ, ସନ୍ତୋଷି ଇନଫୋଟେକ୍ ନାମକ କମ୍ପ୍ୟୁଟର ସେଂଟର, ରଙ୍ଗମାଟିଗୁଡା ଠାରେ ଥିବା ଦୁଇ ମହଲା ବିଶିଷ୍ଟ ଘର, ସହର ଭିତରେ ଥିବା ନୂଆ ଚର୍ଚ ନିକଟରେ ଦୁଇ ମହଲା ଘର, ସହରର ନୂଆବନ୍ଧ ସାହିରେ ଥିବା ଦୁଇ ତାଲା କୋଠାରେ ଭିଜିଲାନ୍ସ ଟିମ୍ ଚଢାଉ କରିଛି । କୋରାପୁଟ ସ୍ପେଶାଲ ଭିଜିଲାନ୍ସ କୋର୍ଟଙ୍କ ନିର୍ଦେଶ କ୍ରମେ ହୋଇଥିବା ଚଢାଉରେ କୋରାପୁଟ, ଭବାନୀପାଟଣା, ମାଲକାନଗିରି ଓ ରାୟଗଡା ଜିଲ୍ଲାର ଭିଜିଲାନ୍ସ ଅଫିସର ସାମିଲ ହୋଇଥିଲେ । ଚଢାଉରେ ୫ କୋଟିରୁ ଅଧିକ ଟଙ୍କାର ସମ୍ପତି ଜବତ ହୋଇଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe