କୋଟିପତି ପ୍ରଧାନ ଶିକ୍ଷକ । ଆୟ ବହିର୍ଭୂତ ସଂପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ , ୨ କୋଟି ୬୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ସଂପତି ଠାବ

332

କନକ ବ୍ୟୁରୋ : ଚାକିରି ପ୍ରଧାନଶିକ୍ଷକ, ହେଲେ ଅଚଳାଚଳ ସଂପତିର ମାଲିକ । ଆୟ ବିହର୍ଭୁକ୍ତ ସଂପତି ଠୁଳ ଅଭିଯୋଗରେ ନବରଙ୍ଗପୁର ବାରଗାଁ ୟୁପି ସ୍କୁଲର ପ୍ରଧାନଶିକ୍ଷକ ରଂଜିତ କୁମାର ପାଣିଗ୍ରାହୀଙ୍କୁ ଗିରଫ କରିଛି ଭିଜିଲାନ୍ସ । ରଂଜିତଙ୍କ ବାସଭବନ ସହ ୫ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଥିଲା । ଆଉ ଏହି ଚଢାଉରେ ୨ କୋଟି ୬୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ସଂପତି ଠାବ କରାଯାଇଛି ।

କେବଳ ବିଭିନ୍ନ ବ୍ୟାଙ୍କ ଆକାଉଂଟରେ ୭୦ ଲକ୍ଷ ଟଙ୍କା ଜମା ରହିଥିବା କହିଛି ଭିଜିଲାନ୍ସ । ଗୋଟିଏ ତିନି ମହଲା ଘର, ଗୋଟିଏ ଦୁଇ ମହଲା ଘର, ୬ଟି ପ୍ଲଟ୍, ୨ଟି ଚାରିଚକିଆ ଗାଡ଼ି, ୨ଟି ବାଇକ୍ ରହିଛି ପ୍ରଧାନ ଶିକ୍ଷକଙ୍କ ମାଲିକାନାରେ । ୨୦ ଲକ୍ଷ ଟଙ୍କା ବୀମା ଓ ୬ ଲକ୍ଷ ଟଙ୍କା ଗହଣା ମଧ୍ୟ ଠାବ କରାଯାଇଛି ।

Comments are closed.