କନକ ବ୍ୟୁରୋ : ଚାକିରି ପ୍ରଧାନଶିକ୍ଷକ, ହେଲେ ଅଚଳାଚଳ ସଂପତିର ମାଲିକ । ଆୟ ବିହର୍ଭୁକ୍ତ ସଂପତି ଠୁଳ ଅଭିଯୋଗରେ ନବରଙ୍ଗପୁର ବାରଗାଁ ୟୁପି ସ୍କୁଲର ପ୍ରଧାନଶିକ୍ଷକ ରଂଜିତ କୁମାର ପାଣିଗ୍ରାହୀଙ୍କୁ ଗିରଫ କରିଛି ଭିଜିଲାନ୍ସ । ରଂଜିତଙ୍କ ବାସଭବନ ସହ ୫ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଥିଲା । ଆଉ ଏହି ଚଢାଉରେ ୨ କୋଟି ୬୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ସଂପତି ଠାବ କରାଯାଇଛି ।
କେବଳ ବିଭିନ୍ନ ବ୍ୟାଙ୍କ ଆକାଉଂଟରେ ୭୦ ଲକ୍ଷ ଟଙ୍କା ଜମା ରହିଥିବା କହିଛି ଭିଜିଲାନ୍ସ । ଗୋଟିଏ ତିନି ମହଲା ଘର, ଗୋଟିଏ ଦୁଇ ମହଲା ଘର, ୬ଟି ପ୍ଲଟ୍, ୨ଟି ଚାରିଚକିଆ ଗାଡ଼ି, ୨ଟି ବାଇକ୍ ରହିଛି ପ୍ରଧାନ ଶିକ୍ଷକଙ୍କ ମାଲିକାନାରେ । ୨୦ ଲକ୍ଷ ଟଙ୍କା ବୀମା ଓ ୬ ଲକ୍ଷ ଟଙ୍କା ଗହଣା ମଧ୍ୟ ଠାବ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/03/19xp-compas-articleLarge.jpg)